ମନ୍ଦିର ରୋଷେଇ ଘର ନିର୍ମାଣ ପାଇଁ ନିଜ ପେନସନ ପଇସା ମନ୍ଦିର କୁ ଦାନ କଲେ ବୃଦ୍ଧ..

ମନ୍ଦିର ରୋଷେଇ ଘର ନିର୍ମାଣ ପାଇଁ ନିଜ ପେନସନ ପଇସା ମନ୍ଦିର କୁ ଦାନ କଲେ ବୃଦ୍ଧ..

ବରଗଡ଼,୧୪/୧୦ : ବୟସର ଅପରାହ୍ନରେ ନିଜ ପେନସନ ପଇସାରୁ 1ଲକ୍ଷ 5 ହଜାର ଟଙ୍କା ମନ୍ଦିର କୁ ଦାନ କଲେ 94 ବର୍ଷୀୟ ବୃଦ୍ଧ। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଚିଚିଣ୍ଡା ଗ୍ରାମର 94 ବର୍ଷୀୟ ବୃଦ୍ଧ କାର୍ତିକ ଚନ୍ଦ୍ର ଦେବତା ନିଜ ଗ୍ରାମର ଜଗନ୍ନାଥ ମନ୍ଦିରର  ରୋଷେଇ ଘର ନିର୍ମାଣ ପାଇଁ 65,000 ଟଙ୍କା ଓ ମହାଦେବ ମନ୍ଦିରର  ଉନ୍ନତି ପାଇଁ 40,000 ଟଙ୍କା ନିଜ ପେନ୍ସନ ପଇସାରୁ ମୁକ୍ତ ହସ୍ତରେ ଦାନ କରିଛନ୍ତି।

   Ad..



କାର୍ତିକ ଚନ୍ଦ୍ର ଦେବତା ଅବିଭକ୍ତ ସମ୍ବଲପୁର ଜିଲ୍ଲାର  ଜିଲ୍ଲାପାଳ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ ଭାବରେ  କାର୍ଯ୍ୟରତ ଥିଲେ । 1987 ମସିହାରୁ ସେ ସରକାରୀ ଚାକିରିରୁ ଅବସର ନେଇଥିବା ବେଳେ ବର୍ତମାନ ସେ ସୋହେଲା ବ୍ଲକର ନିଜ ଗ୍ରାମ ଚିଚିଣ୍ଡା ଠାରେ ପରିବାର ସଙ୍ଗେ  ରହୁଛନ୍ତି । 

  Ad..



ଶ୍ରୀ ଦେବତା ମନ୍ଦିରକୁ ଅର୍ଥ ଦାନ ନିମନ୍ତେ ଇଛା ପ୍ରକଟ କରିଥିଲେ ଏବଂ ତାଙ୍କ ପୁଅ ରାଜୁ ଦେବତା ଙ୍କୁ ଜଣାଇଥିଲେ ।  ତେବେ ଗାଁ ର ଗଉନ୍ତିଆ ସନ୍ତୋଷ ବିଶ୍ରି, ମନ୍ଦିର କମିଟି ସଦସ୍ୟ ଵିଲୋଚନ ବିଶ୍ରି , ହେମସାଗର ପ୍ରଧାନ ଏବଂ ଯୋଗେଶ୍ୱର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଗ୍ରାମର ଉଭୟ ଜଗନ୍ନାଥ ମନ୍ଦିର ଓ ମହାଦେବ ମନ୍ଦିର ଉନ୍ନତି ପାଇଁ  ଦାନ ଅର୍ଥ ହସ୍ତାନ୍ତର କରିଛନ୍ତି ।ତେବେ ବରିଷ୍ଠ ନାଗରିକଙ୍କ ଏପରି ବଦାନ୍ୟତା ସ୍ଵଭାବ ଯୋଗୁ ବୁଦ୍ଧିଜୀବୀ ମହଲରେ ସେ ପ୍ରସଂଶାର ପାତ୍ର ସାଜିଛନ୍ତି ।





Edited by k.s thakur..

Post a Comment

Previous Post Next Post