ପଦ୍ମପୁର ସୁନାରି ସମାଜର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ...
ବରଗଡ଼,୧୨/୧୦ : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଳକ ସ୍ତରୀୟ ସୁନାରି ସମାଜ ର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ସ୍ଥାନୀୟ ଲକ୍ଷ୍ମୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।
Ad..
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡ଼ିଶା ସୁନାରି ସମାଜର ସଭାପତି ଗୈନ୍ତିଆ କୁମାର ସାହୁ, ବରଗଡ଼ ଜିଲ୍ଲା ସୁନାରି ସମାଜ ସଭାପତି ଅଚ୍ୟୁତାନନ୍ଦ ସାହୁ, ବଲାଙ୍ଗୀର ଜିଲ୍ଲା ସୁନାରି ସମାଜର ସଭାପତି ପ୍ରହଲ୍ଲାଦ ସରାଫ , ଓ ବକ୍ତା ଭାବରେ ସାହିତ୍ୟ ଡ.ଗୋବିନ୍ଦ ମହାରଣା ଯୋଗଦାନ ଦେଇ ସୁନାରି ସମାଜ ର ବିଶେଷତ୍ଵ ଓ ସଂସ୍କାର ଉପରେ ମତାମତ ଉପସ୍ଥାପନ କରିଥିଲେ।
Ad..
ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ବରଗଡ଼ ଜିଲ୍ଲା ସୁନାରି ସମାଜ ତରଫରୁ ଅଶୋକ ସରାଫ, ରିତେଶ ରଞ୍ଜନ ସରାଫ , ନେତ୍ରାନନ୍ଦ ସରାଫ, ବରପାଲି ସମାଜର ଯୋଗେନ୍ଦ୍ର ଚିନ୍ଦ୍ରା ପ୍ରମୁଖ ଯୋଗଦାନ ଦେଇଥିଲେ ସମସ୍ତ ଙ୍କୁ ଉପଢୌକନ ସହ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସମାଜର ଗୈାରବ ଭାବରେ ବରିଷ୍ଠ ସୁନାରି କଲାକାର ପାଇକମାଳ ର ଏସ ଫୈଜଦାର, ଅନ୍ନଦା କୁମାର ସରାଫ, ସାପଲହର ଗାଁ ର କୈଳାସ ସରାଫ, ଶିକ୍ଷା କ୍ଷେତ୍ରରେ ଯୁକ୍ତ ଦୁଇ କଳା ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ସୁନାରି ସମାଜ ର ଗର୍ବ ବଢାଇଥିବା ଛାତ୍ରୀ ବିୟୁଟି ସାହୁ ଓ ମେଟ୍ରିକ୍ ରେ ସର୍ବାଧିକ ନମ୍ବର ରଖିଥିବା ସମାଜର ଛାତ୍ର ବିଷ୍ଣୁ ବିକାଶ ଚିନ୍ଦ୍ରା ଙ୍କ ସମେତ ସୁନାରି ସମାଜ ର ସମସ୍ତ ଶିଶୁ ଓ ଯୁବ କଲାକାର ମାନଙ୍କୁ ସମ୍ବର୍ଧନା ଦିଆଯାଇଥିଲା।
Ad..
ସେହିପରି ସୁନାରି ସମାଜର ସହିଲା ମାନଙ୍କ ପାଇଁ ରଙ୍ଗୋଲି , ମ୍ଯୁଜିକ ଚେୟାର କାର୍ଯ୍ୟକ୍ରମ , ଉପସ୍ଥିତି ସୁନାରି ମାନଙ୍କ ପାଇଁ ବ୍ଲଟ ଗୃଫ ଓ ସୁଗର ରୋଗ ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଦ୍ବିତୀୟ ପର୍ଯ୍ୟାୟରେ ସୁନାରି ସମାଜ ର କଲାକାର ମାନଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ, ସଂଗୀତ ଓ ବାଦ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Edited by k.s thakur...




