ପଖନମୁଣ୍ଡା ବିଦ୍ୟାଳୟରେ ସ୍ୱଛ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ...

ପଖନମୁଣ୍ଡା ବିଦ୍ୟାଳୟରେ ସ୍ୱଛ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ...

କଣ୍ଟାବାଞ୍ଜି,ତା.୦୨/୧୦ : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟର ଅଧିନରେ ଥିବା ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଥିଲା।
  Ad...


ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ପ୍ରକୃତିବଂଧୁ ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ସର୍ବ ପ୍ରଥମେ ଉଭୟ ମହାପୁରୁଷଙ୍କ ଫଟୋଚିତ୍ରରେ ପୁଷ୍ପ ଓ ଦୀପ ପ୍ରଦାନ କରାଯାଇଥିଲା।
         Ad..


ତାପରେ ଅତିଥି ଶ୍ରୀ ଥମିର ଛତ୍ରିଆ, ଶିକ୍ଷକ ମନୋଜ କୁମାର ତାଣ୍ଡି, ଲ୍ୟାମ୍ପର ଶିକ୍ଷା ସାଧନ କର୍ମୀ ନରେଶ ତାଣ୍ଡି ବକ୍ତବ୍ୟ ପ୍ରଦାନ କରିଥିଲେ।ସ୍ୱଛ୍ଛତା ହିଁ ସେବା ଉପରେ ଶ୍ରୀ ଦାଶ ଆଲୋକପାତ କରିଥିଲେ ଏବଂ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ମିଶି ବିଦ୍ୟାଳୟ ଓ ରାସ୍ତା ସଫା କରିଥିଲେ।ପରିଶେଷରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।








Edited by k.s thakur...

Post a Comment

Previous Post Next Post