ସଡ଼କ ଦୁର୍ଘଟଣା ରେ ୨ ଜଣ ଗୁରୁତର, ଜିଲ୍ଲା ଚିକିତ୍ସାଳୟ କୁ ସ୍ଥାନାନ୍ତର...

ସଡ଼କ ଦୁର୍ଘଟଣା ରେ ୨ ଜଣ ଗୁରୁତର, ଜିଲ୍ଲା ଚିକିତ୍ସାଳୟ କୁ ସ୍ଥାନାନ୍ତର...

କଂଟାବାଞ୍ଜି,୦୧/୧୦ : ବଲାଙ୍ଗୀର ଜିଲ୍ଲା ରାଜ୍ୟ ରାଜପଥ ୪୨ ବଙ୍ଗୋମୁଣ୍ଡା ବ୍ଲକ ଫୁଗୁଡା ଛକ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଦୁଇ ଜଣା ବାଇକ୍ ଆରୋହୀ ଗୁରୁତର । 

    Ad..



ସୁଚନା ଅନୁସାରେ ଭାଳୁମଣ୍ଡା ପଟୁ ଏକ ବାଇକ ଯୋଗେ ସୁମନ୍ତ ଭୋଇ(୨୪) ଓ ତନ୍ମୟ ଶବର ଅପରାହ୍ନ ୩ଟାରେ ନିଜ ଗାଁ ସନ୍ଦିସର କୁ ଆସୁଥିଲେ । ଠିକ୍ ଏହି ସମୟ ଖଡିଆଳ ପଟେ ଯାଉଥିବା ଏକ ଅଜଣା ପିକ୍ ଏହି ଦୁଇ ଜଣାଙ୍କୁ ଫୁଗୁଡା ଛକ ଠାରେ ଧକ୍କା ଦେଇଥିଲା । ଧକ୍କା ଦେବା ଫଳରେ ଉକ୍ତ ଦୁଇ ଯୁବକ ରାସ୍ତା ଉପରେ ଛିଟିକି ପଡିଥିଲେ । 

        Ad..



ପରେ ଘଟଣା ସ୍ଥଳରେ ବଙ୍ଗୋମୁ୍‌ଣ୍ଡାର ଅଗ୍ନଶମ ବିଭାଗ ଖବର ପାଇ ଏହି ଦୁଇଜଣଙ୍କୁ ଉଦ୍ଧାର କରିବା ସହ କଂଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଦୁଇ ଜଣଙ୍କର ସ୍ୱ।ସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ଦୁଇ ବାଇକ୍ ଆରୋହୀଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କୁ ସ୍ଥାନନ୍ତରିତ କରାଯାଇଛି । ତେବେ ବଙ୍ଗୋମୁଣ୍ଡା ପୁଲିସ ମଧ୍ୟ ଘଟଣା ସ୍ଥଳରେ ପଂହଚି କେଉଁ ପିକ୍‌ଅପ ଏମାନଙ୍କୁ ଧକ୍କା ଦେଲା ତାର ଅଧିକ ତଦନ୍ତ କରୁଥିବା ଜଣା ପଡିଛି ।





Edited by k.s thakur...

Post a Comment

Previous Post Next Post