୧୩ ଦିନ ମୃତ୍ୟୁ ସହ ସଂଘର୍ଷ ପରେ ଆଖିବୁଜିଲେ ଦୁଷ୍କର୍ମ ପୀଡିତ, ଗୁପ୍ତାଙ୍ଗ ରେ ରଡ୍‌ ଭର୍ତ୍ତି କରିଦେଇଥିଲେ ଅଭିଯୁକ୍ତ..

୧୩ ଦିନ ମୃତ୍ୟୁ ସହ ସଂଘର୍ଷ ପରେ ଆଖିବୁଜିଲେ ଦୁଷ୍କର୍ମ ପୀଡିତ, ଗୁପ୍ତାଙ୍ଗ ରେ ରଡ୍‌ ଭର୍ତ୍ତି କରିଦେଇଥିଲେ ଅଭିଯୁକ୍ତ...

ନୂଆଦିଲ୍ଲୀ,୦୧/୧୦ : ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ସହ ପୁରୁଷ ବି ଏବେ ଅସୁରକ୍ଷିତ । ୧୩ ଦିନ ପରେ ଆଖିବୁଜିଲା ଦୁଷ୍କର୍ମ ପୀଡିତ । ଅପ୍ରାକୃତିକ ଯୌନ ଶୋଷଣର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା ୧୦ ବର୍ଷୀୟ ନାବାଳକ । ଦିଲ୍ଲୀ ସିଲମପୁର ଅଞ୍ଚଳର ପୀଡିତ ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛି ।

   Ad..



ଘଟଣାରେ ଅଭିଯୁକ୍ତ ଦୁଇ ଜଣ ନାବାଳକଙ୍କୁ ଗିରଫ କରାଯାଇଛି । ଅନ୍ୟ ଜଣେ ନାବାଳକ ଏବେବି ଫେରାର ଅଛି ।

ଗତ ୧୮ ସେପ୍ଟେମ୍ବରରେ ତିନି ଅଭିଯୁକ୍ତ ମୃତ ନାବାଳକ ସାଙ୍ଗକୁ ଖେଳିବାକୁ ଡାକି ନେଇଯାଇଥିଲେ । ସେଠାରେ ଗଣଦୁଷ୍କର୍ମ କରିବା ସହ ପୀଡିତର ଗୁପ୍ତାଙ୍ଗରେ ଲୁହାରଡ ଭର୍ତ୍ତି କରି ଦେଇଥିଲେ ତିନି ସାଙ୍ଗ । ଲହୁଲୁହାଣ ହୋଇ ମୃତ ନାବାଳକ ଘରକୁ ଫେରିଥିଲା ସତ । ହେଲେ ଘରେ କାହାକୁ କିଛି ଜଣାଇ ନଥିଲା । କିନ୍ତୁ ତିନି ଦିନ ପରେ ନାବାଳକର ସ୍ବାସ୍ଥ୍ୟ ବିଗିଡିବାରୁ ମା'ଙ୍କୁ ଜଣାଇଥିଲା ନାବାଳକ। ପୁଅର ଯନ୍ତ୍ରଣା ଦେଖି ପୋଲିସକୁ ଖବର ଦେଇଥିଲେ ପରିବାର । ନିର୍ଭୟା କାଣ୍ଡ ଭଳି ନାବାଳକ ସହ ଘଟିଥିବା କିଛି ମିଡିଆ ରିପୋର୍ଟ ଦାବି କରିଛନ୍ତି ।

        Ad...



ଆଶ୍ଚର୍ଯ୍ୟର କଥା ହେଉଛି ସମସ୍ତ ଅଭିଯୁକ୍ତଙ୍କ ବୟସ ୧୨ ରୁ ୧୩ ବର୍ଷ ମଧ୍ୟରେ ହେବ । ସେମାନଙ୍କ ମଧ୍ୟରୁ ଜଣେ ମୃତ ନାବାଳକର ସମ୍ପର୍କୀୟ ଭାଇ ଥିବା ତଦନ୍ତରୁ ଜଣାପଡିଛି । ଏହି ଘଟଣା ପରେ ଦିଲ୍ଲୀ ମହିଳା ଆୟୋଗ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି ।








Edited by k.s thakur..

Post a Comment

Previous Post Next Post