ଛତିଶଗଡ଼ ରେ ୪ ଜଣ ଓଡ଼ିଆଙ୍କୁ ନିର୍ମମ ହତ୍ୟା, ବାପାମା’ ସହିତ ୨ ଛୁଆକୁ ନିର୍ମମ ହତ୍ୟା...

ଛତିଶଗଡ଼ ରେ ୪ ଜଣ ଓଡ଼ିଆଙ୍କୁ ନିର୍ମମ ହତ୍ୟା, ବାପାମା’ ସହିତ ୨ ଛୁଆକୁ ନିର୍ମମ ହତ୍ୟା...

କଣ୍ଟାବାଞ୍ଜି ,୦୧/୧୦ : ଗୋଟିଏ ପରିବାରର ୪ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ସୂଚନା ମିଳିଛି। ବୁଧବାର ଦିନ ଛତିଶଗଡ଼ ଦୁର୍ଗ ଜିଲ୍ଲାର ଟଣ୍ଡନବାଡ଼ି ଗାଁରେ ଏଭଳି ଛାତି ଥରାଇଲା ଭଳି ଘଟଣା ଘଟିଛି। 

         Ad..



ଛତିଶଗଡ଼ ରେ ଓଡ଼ିଆ ପରିବାରକୁ ଜଘନ୍ୟ ହତ୍ୟା। ଗୋଟିଏ ପରିବାରର ୪ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ସୂଚନା ମିଳିଛି। ବୁଧବାର ଦିନ ଛତିଶଗଡ଼ ଦୁର୍ଗ ଜିଲ୍ଲାର ଟଣ୍ଡନବାଡ଼ି ଗାଁରେ ଏଭଳି ଛାତି ଥରାଇଲା ଭଳି ଘଟଣା ଘଟିଛି। ଗୋଟିଏ ପରିବାରର ୪ ଜଣଙ୍କୁ କୁରାଢିରେ ହାଣି ଅଭିଯୁକ୍ତ ହତ୍ୟା କରି ଫୋପାଡ଼ିଛନ୍ତି। ମୃତକମାନେ ହେଲେ ବଲାଙ୍ଗିର ଜିଲ୍ଲାର ଭୋଳାନାଥ ଯାଦବ(୩୪), ତାଙ୍କ ପତ୍ନୀ ନେନା ଯାଦବ (୩୦) ଓ ସେମାନଙ୍କ ୨ ପିଲା ମୁକ୍ତା(୭) ଓ ପ୍ରମୋଦ(୧୨)। 
   Ad..


ସୂଚନା ଅନୁସାରେ, ଗତ ୧୦ ବର୍ଷରୁ ଅଧିକ ଦିନ ହେବ ଭୋଳାନାଥ, ସ୍ତ୍ରୀ ଓ ୨ ପିଲାଙ୍କ ସହ ଛତିଶଗଡର ଦୁର୍ଗ ଜିଲ୍ଲା ମୁରସୁଣ୍ଡା ନିକଟ ଅକୋଲା ଗାଁ ସ୍ଥିତ ଟଣ୍ଡନବାଡ଼ିରେ ରହୁଥିଲେ। ସେଠାରେ ରହି ସେ ଚାଷ କାମ କରୁଥିଲେ। ବୁଧବାର ଦିନ ଗାଁ ଲୋକେ ଭୋଲାନାଥଙ୍କ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଭୋଳାନାଥଙ୍କ ଓ ତାଙ୍କ ପତ୍ନୀଙ୍କ ମୃତଦେହ ଘର ଭିତରୁ ଉଦ୍ଧାର କରିଥିବା ବେଳେ ତାଙ୍କ ୨ ପିଲାଙ୍କ ମୃତଦେହ ବିଲରୁ ଉଦ୍ଧାର କରିଛି। ସମସ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। 

ଭୋଳାନାଥଙ୍କ ଚାରି ପୁଅ,ଝିଅ ଥିବାବେଳେ ୨ ପୁଅ ସେହି ଗାଁରେ ଅଜା ଓ ଆଈଙ୍କ ସହ ରହୁଥିଲେ। ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଏତେ ବଡ଼ ହତ୍ୟାକାଣ୍ଡ କାହିଁକି ଓ କିଏ କରିଛି ସେନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ ନେଇ ଏପରି ହତ୍ୟା ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ପୋଲିସ୍ ଅନୁମାନ କରୁଛି। 








Edited by k.s thakur..

Post a Comment

Previous Post Next Post