ଲଜରୁ ୫୮ ଲକ୍ଷ ଜବତ : ବାହାର ରାଜ୍ୟର ୭ ଅଟକ, ଦାଦନ ସେଠ ନାଁ ଜୁଆଡ଼ି ?

ଲଜରୁ ୫୮ ଲକ୍ଷ ଜବତ : ବାହାର ରାଜ୍ୟର ୭ ଅଟକ, ଦାଦନ ସେଠ ନାଁ ଜୁଆଡ଼ି ?

କଣ୍ଟାବାଞ୍ଜି, ୧୭/୯ : ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଅନ୍ନପୂର୍ଣ୍ଣା ଲଜ୍ ରୁ ଗୁରୁବାର ବିଳମ୍ବିତ ରାତିରେ ପୁଲିସ ଚଢ଼ାଉ କରି ୫୮ ଲକ୍ଷ ୫୨ ହଜାର ଟଙ୍କା ଜବତ କରିଛି। ଏଥିରେ ବାହାର ରାଜ୍ୟର ୭ ଜଣଙ୍କୁ ଥାନାରେ ଅଟକ ରଖି ଥିଲା ପୁଲିସ। ସେମାନେ ଦାଦନ ସର୍ଦାର ହୋଇଥିବା ବେଳେ ପୁଲିସ ସେମାନେ ଜୁଆ ଖେଲିବାକୁ ଆସିଥିବା କହୁଛି।


ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ବାହାର ରାଜ୍ୟର ୭ ଜଣ ଲୋକ କଣ୍ଟାବାଞ୍ଜି ସହରର ଅନ୍ନପୂର୍ଣ୍ଣା ଲଜରେ ଆସି ରହିଥିଲେ। ସେମାନେ ସାଙ୍ଗରେ ୬୦ ଲକ୍ଷ ଟଙ୍କା ଆଣିଥିଲେ। ସାଧାରଣତଃ ନୂଆଁଖାଇ ପରେପରେ ବାହାର ରାଜ୍ୟର ସେଠ ଆସି ଏଠାକାର କିଛି ସର୍ଦ୍ଦାର ଙ୍କୁ ଟଙ୍କା ଦେଇ ଦାଦନ ମାନଙ୍କୁ ନିଜ ସାଙ୍ଗରେ ନେଇ ଯାଇଥାନ୍ତି। ପୁଲିସ କୌଣସି ସୂତ୍ରରୁ ଏନେଇ ସୂଚନା ପାଇ କଣ୍ଟାବାଞ୍ଜି ସହରର ଉକ୍ତ ଲଜ୍ ଉପରେ ଚଢ଼ାଉ କରି ୫୮ ଲକ୍ଷ ରୁ ଅଧିକ ଟଙ୍କା ଜବତ କରିଥିଲା। ଏହାଛଡ଼ା ବାହାର ରାଜ୍ୟର ୭ ଜଣଙ୍କୁ ଥାନାରେ ଅଟକ ରଖି ଥିଲା ।

କଣ୍ଟାବାଞ୍ଜି ଉପଖଣ୍ଡ ପୋଲିସ ଅଧିକାରୀ ହୃଷିକେଶ ମେହେର ଦେଇ ଥିବା ସୂଚନା ଅନୁସାରେ ଲଜ ଭିତରେ ଗୋଟିଏ କୋଠରୀ ରେ ଜୁଆ ଖେଳ ଚାଲି ଥିବା ସୂଚନା ପାଇ ପୋଲିସ ଟିମ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରିବା ସହିତ ୭ ଟି ମୋବାଇଲ, ୪ ବିଡା ତାଶ ସାଙ୍ଗ କୁ ୫୮ ଲକ୍ଷ ୫୨ ହଜାର ୨୫୦ ଟଙ୍କା ସେମାନଙ୍କ ଠାରୁ  ଜବତ କରିଥିଲା। 

ଲଜରେ ରହୁଥିବା ୭ ଜଣକୁ ପୁଲିସ ଉଠାଇନେବା ସହ ପଚରାଉଚୁରା କରି ଗତ ରାତ୍ରି ରେ ତାଙ୍କୁ ଛାଡି ଦେଇ ଥିବା ସୂଚନା ମିଳିଛି। ଦାଦନ ଶ୍ରମିକ ଚାଲାଣ ପାଇଁ ବିଶାଖାପଟନମ ଅଂଚଳରୁ କିଛି ଇଟାଭାଟି ମାଲିକ ଆସିଥିବା ସନ୍ଦେହ କରାଯାଉଛି। 

ହେଲେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ର ବିଷୟ ହେଉଛି ଯେ ପୋଲିସ ଏସ୍ଡିପିଓ ଦେଇ ଥିବା ସୂଚନା ଓ ବାହାର ଲୋକଙ୍କ ସୂଚନା ମଧ୍ୟରେ କୌଣସି ତାଳ ମେଲ ଦେଖା ଯାଉ ନାହିଁ। ସେ ନେଇ ଅନେକ ସନ୍ଦେହ ମଧ୍ୟ ଦେଖା ଯାଉଛି ପୋଲିସ ବାବୁଙ୍କ କାର୍ଯ୍ୟ କଳାପ ଉପରେ।

ପ୍ରଶ୍ନ ସୃଷ୍ଟି ହେଉଛି ଯେ କଣ ସତରେ ଆନ୍ଧ୍ରପ୍ରଦେଶ ରୁ ଜୁଆ ଖେଳ ପାଇଁ କଣ୍ଟାବାଞ୍ଜି ସହର କୁ ଆସିଥିଲେ ୭ ଜଣ ଲୋକ। ତା'ସହିତ ୫୮ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ନଗଦ ଧରି। ନାଁ ଦାଦନ ଶ୍ରମିକଙ୍କୁ ଅଗ୍ରୀମ ଦେବା କୁ ଆସି ପୋଲିସ ବାବୁ ଙ୍କ ଜାଲ ରେ ଛନ୍ଦି ହୋଇ ସାଜିଲେ ଜୁଆଡ଼ି ?






Edited by k.s thakur..

Post a Comment

Previous Post Next Post