ସରକାରୀ ଜମି ଜବର ଦଖଲ ମାମଲା, ଉଛେଦ ପାଇଁ ଦାବିପତ୍ର ପ୍ରଦାନ ..

ସରକାରୀ ଜମି ଜବର ଦଖଲ ମାମଲା, ଉଛେଦ ପାଇଁ ଦାବିପତ୍ର ପ୍ରଦାନ ..

କଣ୍ଟାବାଞ୍ଜି,୧୭/୦୯ : କଣ୍ଟାବାଞ୍ଜି କାଦୋପଡା ୱାର୍ଡ ନଂ- ୫ର  ବସବାସ କରୁଥିବା ଲୋକ ସ୍ଥାନୀୟ ତହସିଲ ଅଫିସ ଯାଇ  ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯେଉଁଥିରେ  ମୌଜା କଣ୍ଟାବାଞ୍ଜି ( ଗ ) ଖାତା ନଂ , ୨୯୫ ନଂ.୬ ର ସମସ୍ତ ପ୍ଳଟର ସମସ୍ତ ଜମି  ରକ୍ଷିତ ଭାବେ ପଟ୍ଟାରେ ସଂରକ୍ଷିତ ରହିଛି ।  ଯାହା ସରକାରଙ୍କ ଖାନା ନଂ " .୨ରେ ଦର୍ଶାଯାଇଛି । ଏହି ଖାତାର ସମସ୍ତ ପୁଟ ବସ୍ତି ଯୋଗ୍ୟ ପାଇଁ ଉଦ୍ଧିଷ୍ଟ ରହିଛି । ପଡ଼ାରେ ବସବାସ କରୁଥିବା ଜନସାଧାରଣ ଦୀର୍ଘ ବର୍ଷରୁ ରହି ଆସୁଥିବା ବେଳେ ନିଜ ନିଜ ନାମରେ ମନ୍ତବ୍ୟ ଖାନାରେ ଜବର ଦଖଲ ଦର୍ଶାଯାଇଛି । 

ଏହି ଖାତାର ପ୍ଳଟ ନଂ . ୩୭୯ କିସମ ବସ୍ତି ଯୋଗ୍ୟ ଏରିଆ ଏ.୦ , ୦୫୩ତି , ଜମି  ଧନସାଏ ପୁଟେଲ ପିତା ବିଶ୍ବରାମ ପୁଟେଲଙ୍କ ନାମରେ ଜବର ଦଖଲ ରହିଛି ଯାହା ମନ୍ତବ୍ୟ ଖାନାରେ ମଧ୍ୟ ସୂଚିତ ଅଛି । ଗତ ୧୫ / ୨୦ ବର୍ଷ ତଳେ ଧନସାଏ ପୁଟେଲଙ୍କ ଦେହାନ୍ତ ହେବା ପୂର୍ବରୁ ସେ ନିଜ ଦଖଲରେ ଥିବା ଉକ୍ତ ଜମିକୁ ପଡାର ସର୍ବସାଧାରଣଙ୍କ ବ୍ୟବହାର ତଥା ସାମାଜିକ କାର୍ଯ୍ୟ କଳାପ ପାଇଁ ମୌଖିକଭାବେ ଦାନ କରିଥିଲେ । 

ସେହି ଦିନଠାରୁ ପଡାବାସୀ  କୌଣସି ବିବାହ , ଧାର୍ମିକ କାର୍ଯ୍ୟକଳାପ ତଥା ସର୍ବସାଧାରଣଙ୍କ ପାଇଁ ବ୍ୟବହାର କରିଆସୁଥିଲେ କିନ୍ତୁ ଗତ କିଛି ବର୍ଷହେଲା ସେହି ସର୍ବସାଧାରଣ ଜମିରେ ପଙ୍କଜ ପାଣ୍ଡେ ରାମପ୍ରବେଶ ପାଣ୍ଡେ ଉଭୟଙ୍କ ପିତା- ଶିବକୁମାର ଶାସ୍ତ୍ରୀ ନାମକ ବ୍ୟକ୍ତି ଯୋର ଜବରଦସ୍ତ ଘରଦ୍ବାର ନିର୍ମାଣ କରିବା ସହିତ ବକେୟା କିଛି ଜମିକୁ ବାଡ ଦେଇ କବର ଦଖଲ କରିଛନ୍ତି । ଫଳରେ ଉକ୍ତ ସର୍ବସାଧାରଣ ଜମି ପଡାବାସୀଙ୍କ ପାଇଁ ଉପଯୋଗୀ ହେଇପାରୁନାହିଁ । 

ପଡାର କୌଣସି ପ୍ରକାର ବିବାହ ବନ୍ଧନ , ସାମାଜିକ କାର୍ଯ୍ୟ କିମ୍ବା ଧାର୍ମିକ କାର୍ଯ୍ୟ କରିବାକୁ ହେଲେ ସ୍ଥାନ ଅଭାବରୁ  ଗରିବ , ଖଟିଖିଆ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ୱାର୍ଡ ନମ୍ୱର୍ ୫ ର ନିବାସୀ ଅଭିଯୋଗ କରିଛନ୍ତି।  ସେହି ଅଞ୍ଚଳରେ ବସବାସ କରୁଥିବା ଲୋକେ  ଆର୍ଥିକ କ୍ଷେତ୍ରରେ ସ୍ଵଛଳ ନ ଥିବାରୁ କୌଣସି ଧର୍ମଶାଳା କିମ୍ବା କମ୍ୟୁନିଟି ହଲ ଭଡ଼ାରେ ନେବା ପାଇଁ ସମର୍ଥ ନୁହନ୍ତି । 

ଏଣୁ ସମସ୍ତ ୱାର୍ଡ ବାସି ଏକ ଦାବିପତ୍ର ଜରିଆରେ କଣ୍ଟାବାଞ୍ଜି ତହସିଲଦାରଙ୍କୁ ଏହି ସ୍ଥାନରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ଅନୁରୋଧ କରିଛନ୍ତି । ଏହାର ଅବିକଳ ନକଲ କଣ୍ଟାବାଞ୍ଜି  ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଦିଆଯାଇଥିବା ପଡ଼ାବାସି  ସୂଚନା ଦେଇଛନ୍ତି । ଏହି ଦାବିପତ୍ର ଦେବା ସମୟରେ କୁଶ ଠେଲା, ଧିରୁ ସାହୁ , ସାଧୁ ପଟେଲ, ଶଙ୍କର ପଟେଲ, ସମ୍ଭୁ ପଟେଲ, କାର୍ତ୍ତିକ ବନଛୋର ପ୍ରମୁଖ ଉପସ୍ଥିତ ଥିଲେ।




Edited by k.s thakur..

Post a Comment

Previous Post Next Post