ପଖନମୁଣ୍ଡା ବିଦ୍ୟାଳୟରେ ସ୍ୱଛ୍ଛତା ପକ୍ଷ ଉଦଯାପିତ...
କଣ୍ଟାବାଞ୍ଜି:ତା୧୬/୦୯ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱଛ୍ଛତା ପକ୍ଷ ଉଦଯାପିତ ହୋଇ ଯାଇଛି।ପ୍ରଧାନ ଶିକ୍ଷକ ତଥା ପ୍ରକୃତିବଂଧୁ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ସେପ୍ଟେମ୍ବର୧ତାରିଖରୁ ସେପ୍ଟେମ୍ବର୧୫ତାରିଖ ପର୍ଯ୍ୟନ୍ତ ଚାଲିଥିବା ସ୍ୱଛ୍ଛତା ପକ୍ଷର ଉଦଯାପନୀ ଦିବସରେ ସଭାପତି ଶ୍ରୀ କୈବଲ୍ୟ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ସୁରେନ୍ଦ୍ର କୁମାର ପୂରୋହିତ,ଗୋଷ୍ଠୀ ଶିକ୍ଷା ଅଧିକାରୀ, ସମ୍ମାନିତ ଅତିଥି ଭାବରେ ଶ୍ରୀ ଫକୀର ଚରଣ ବିଶି,ବିଆରସିସି, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ରାମକୃଷ୍ଣ ସେଲମା,ଶ୍ରୀ ଧନସିଂ ମାଝୀ, ସିଆରସିସି ଓ ହାସ୍ୟଅଭିନେତା ଶ୍ରୀ ଦୀନବନ୍ଧୁ ବଗର୍ତ୍ତୀ ଯୋଗ ଦେଇଥିଲେ।
ସର୍ବ ପ୍ରଥମେ ଅତିଥିମାନେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ।ତାପରେ ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପୂର୍ବରୁ କରାଯାଇଥିବା ଚିତ୍ରାଙ୍କନ,ସାଧାରଣ ଜ୍ଞାନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଅଲେଖ ବନଗୋଲା, ବିଶେଶ୍ୱର ମୁଦୁଲି, ଲାମ୍ପର ଶିକ୍ଷା ସାଧନ କର୍ମୀ ନରେଶ ତାଣ୍ଡି, ସୁରଜ ଛତ୍ରିଆ,ସ୍ବେଛାସେବୀ ଶ୍ୟାମ ସୁନ୍ଦର ମାଝୀ, ବଳବନ୍ତ ରଣା ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା ସହଯୋଗ କରିଥିଲେ।ପରିଶେଷରେ ଶିକ୍ଷକ ମନୋଜ କୁମାର ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ।
Edited by k.s thakur..

