ବିଏମସି ବୈଠକରେ ହାଇଡ୍ରାମା: ଫେସବୁକ୍ ଲାଇଭ୍ କରି ନିଲମ୍ବିତ ହେଲେ ୩୭ ନମ୍ବର ୱାର୍ଡ କର୍ପୋରେଟର...
ଭୁବନେଶ୍ୱର,୨୮/୧୦(ନି.ପ୍ର): ଭୁବନେଶ୍ୱର ମହାନଗର ନିଗମ (ବିଏମସି) ବୈଠକରେ ଦେଖିବାକୁ ମିଳିଛି ହାଇଡ୍ରାମା। ବୈଠକ ଚାଲିଥିବା ସମୟରେ ଫେସବୁକ୍ରେ ଲାଇଭ୍ କରିବା ଅଭିଯୋଗରେ ୩୭ ନମ୍ବର ୱାର୍ଡର କର୍ପୋରେଟର ବନ୍ଦିତା ପାଳଙ୍କୁ ମେୟର ନିଲମ୍ବନ କରିଛନ୍ତି।
Ad..
ଏହି ଘଟଣାକୁ ନେଇ ବୈଠକରେ ବିବାଦ ସୃଷ୍ଟି ହୋଇଥିବା ବେଳେ ମେୟରଙ୍କ ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରିଛନ୍ତି ବନ୍ଦିତା ପାଳ।ସୂଚନା ଅନୁଯାୟୀ, ବିଏମସି ବୈଠକ ଚାଲିଥିବା ବେଳେ କର୍ପୋରେଟର ବନ୍ଦିତା ପାଳ ଫେସବୁକ୍ ଲାଇଭ୍ କରୁଥିବା ଅଭିଯୋଗ ଉଠିଥିଲା।
Ad..
ଏହାକୁ ନେଇ ମେୟର ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ନିଲମ୍ବନ କରିଥିଲେ। ତେବେ ଏହି ନିଷ୍ପତ୍ତି ପରେ ବିବାଦ ଆହୁରି ତୀବ୍ର ହୋଇଥିଲା।ଅନ୍ୟପକ୍ଷରେ, ମେୟରଙ୍କ ନିଲମ୍ବନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି ବନ୍ଦିତା ପାଳ।
Ad..
ଜଣେ ନିର୍ବାଚିତ କର୍ପୋରେଟରଙ୍କୁ ନିଲମ୍ବନ କରିବାର କୌଣସି ଅଧିକାର ମେୟରଙ୍କର ନାହିଁ ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି।
ଏହି ଘଟଣା ପରେ ବିଏମସି ବୈଠକର ଶୃଙ୍ଖଳା, ବୈଠକର ସିଧାପ୍ରସାରଣ ଏବଂ ନିର୍ବାଚିତ ଜନପ୍ରତିନିଧିଙ୍କ ବିରୋଧରେ ମେୟରଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାରକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏହି ନିଲମ୍ବନ ନିଷ୍ପତ୍ତିକୁ ନେଇ ଆଗକୁ କି ପଦକ୍ଷେପ ନିଆଯିବ, ତାହା ଉପରେ ନଜର ରହିଛି।
Edited by k.s thakur...
Tags:
Bhubaneswar




