ହିଆଲ ଜୋନାଲ ସ୍ତରୀୟ ଖେଳାଳି ଚୟନ ଶିବିର ଅନୁଷ୍ଠିତ...

ହିଆଲ ଜୋନାଲ ସ୍ତରୀୟ ଖେଳାଳି ଚୟନ ଶିବିର ଅନୁଷ୍ଠିତ...


ତୁରେକେଲା,୦୨/୦୯(ରୁରେନ୍ଦ୍ର ସୁନାନୀ): ତୁରେକେଲା ବ୍ଳକ ବିଦ୍ୟାଳୟ କ୍ରୀଡ଼ା ସମୂହ ସଂସଦ ଆନୁକୂଲ୍ୟରେ ହିଆଲ ଜୋନାଲ ସ୍ତରୀୟ ଖେଳାଳି ଚୟନ ଶିବିର ହିଆଲ ଉଚ୍ଚ ବିଦ୍ୟାଳୟସ୍ଥିତ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି।
           Ad..

ଉଦଘାଟନୀ ଉତ୍ସବରେ ଜୋନାଲ କମିଟିର ସଭାପତି ଯୁଧିଷ୍ଠିର ଭରାସଗ୍ରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ହିଆଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ମୁଖ୍ୟ ଅତିଥି,ବ୍ଳକ ସମ୍ପାଦକ ଶୁଭେନ୍ଦୁ ମହାନ୍ତି,ଗୌର ମେହେର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ।

ଜୋନ ସମ୍ପାଦକ ଆନନ୍ଦ ମିର୍ଧା ସ୍ୱାଗତ ଅଭିଭାଷଣ ଓ ପ୍ରଶାନ୍ତ ବିଶ୍ୱାଳ ସଭା ପରିଚାଳନା କରିଥିଲେ।ପୂଜାର୍ଚ୍ଚନା ପରେ ମୁଖ୍ୟ ଅତିଥି ଙ୍କ ଦ୍ୱାରା ପତ୍ତାକା ଉତ୍ତୋଳନ କରିବା ସହିତ ଛାତ୍ରଛାତ୍ରୀ ମାନେ ଶପଥ ଗ୍ରହଣ କରିଥିଲେ।

ଚଉଦ ବର୍ଷରୁ କମ ବାଳକ ବାଳିକା ଓ ସତର ବର୍ଷରୁ କମ ବାଳକ ବାଳିକା ମାନଙ୍କ ମଧ୍ୟରେ କବାଡି,ଖୋଖୋ ଖେଳ କରାଯାଇଥିଲା।ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଜୋନ ଟିମ ପାଇଁ ବଛା ଯାଇଥିଲା।

ସେହିପରି ଉଦଯାପନୀ ସଭାରେ ଅତିରିକ୍ତ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବରେ ସିଆରସିସି ବିରଞ୍ଚି ନାରାୟଣ ଦାଶ, ବିଆରଟି ସୁନୀଲ ସାହୁ,ହାସ୍ୟ ଅଭିନେତା ଦୀନବନ୍ଧୁ ବଗର୍ତ୍ତୀ ଯୋଗ ଦେଇଥିଲେ।ଶିକ୍ଷା ସହିତ ଖେଳକୁଦ ମଧ୍ୟ ଜରୁରୀ ବୋଲି ଅତିଥି ମାନେ ମତ ଦେଇଥିଲେ।

ଜୋନ ଅନ୍ତର୍ଗତ ଉଣେଇଶଗୋଟି ବିଦ୍ୟାଳୟ ଯଥା ତୁରେକେଲା, ହିଆଲ, ଖୁଟୁଲୁମୁଣ୍ଡା,ଝରଣୀ,ସର୍ଗିଗୁଡା,ସର୍ଗୁଲ,ରାମୋଡର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଖେଳ ଶିକ୍ଷକ ଉମା ଶଙ୍କର ଖମାରୀ,ଅମିତ ପାଣିଗ୍ରାହୀ,ଅକ୍ରୁର ବେହେରା, ଇପ୍ସିତ ପ୍ରଧାନୀ, ହରିବନ୍ଧୁ ମେହେର,ସୁରେଶ ରାଉତ,ନିବେଦିତା ବାରିକ, ମମତା ପଣ୍ଡା, ଜ୍ୟୋତ୍ସ୍ନା ବରିହା, ଫିରୋଜ ମାଝୀ,ଆଶୀଷ କୁମାର ବେହେରା,ଜଗନ୍ନାଥ ପ୍ରଧାନ,ମନୋରଞ୍ଜନ ସୁନା ସହଯୋଗ କରିଥିଲେ।



Edited by k.s thakur...

Post a Comment

Previous Post Next Post