କଣ୍ଟାବାଞ୍ଜି ଓକିଲ ସଂଘ ଧାରଣାର ତୃତୀୟ ଦିନ ; ଧାରଣା ସ୍ଥଳରେ ଉପଜିଲ୍ଲାପାଳ ହଟହଟା...

କଣ୍ଟାବାଞ୍ଜି ଓକିଲ ସଂଘ ଧାରଣାର ତୃତୀୟ ଦିନ ; ଧାରଣା ସ୍ଥଳରେ ଉପଜିଲ୍ଲାପାଳ ହଟହଟା...


କଣ୍ଟାବାଞ୍ଜି,୦୩/୦୯(ନି.ପ୍ର) : ତହସିଲ କାର୍ଯ୍ୟାଳୟର ଅବ୍ୟବସ୍ଥା ଓ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ କଣ୍ଟାବାଞ୍ଜି ଓକିଲ ସଂଘର ଆନ୍ଦୋଳନ ବୁଧବାର ତୃତୀୟ ଦିନରେ ପହଞ୍ଚିଛି।ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ନିଜ ଦାବି ପୂରଣ ପାଇଁ ପ୍ରଶାସନ ଉପରେ ଚାପ ବଢ଼ାଇଛନ୍ତି ଆଇନଜୀବୀ ମାନେ।

       Ad..


ତୃତୀୟ ଦିନରେ ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଧାରଣା ସ୍ଥଳରେ ପହଞ୍ଚି ଓକିଲଙ୍କ ସହ ଆଲୋଚନା ଆଲୋଚନା କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ଓକିଲ ସଂଘ ତାଙ୍କ ସହ କୌଣସି ଆଲୋଚନା କରିବ ନାହିଁ ବୋଲି ରୋକ ଠୋକ କହିଥିଲେ।

ତହସିଲ ଅଫିସରେ ଚାଲିଥିବା ବେଆଇନ କାର୍ଯ୍ୟରେ ସେ ମଧ୍ଯ ସଂପୃକ୍ତି ଥ‌ିବା ଅଭିଯୋଗ ଆଣିବା ସହ ତାଙ୍କ ଦ୍ବାରା ଏହି ଦାବି ପୂରଣ ହେବ ନାହିଁ ବୋଲି ଓକିଲମାନେ କହିଥିଲେ।ବଲାଙ୍ଗୀର ଜିଲ୍ଲାପାଳ ଆସିଲେ ଆଲୋଚନା ହେବ ବୋଲି କହିବା ସହ ଉପଜିଲ୍ଲାପାଳ ଗୋ ବେକ୍ ଓ ମୁର୍ଦାବାଦର ନାରା ଦେଇ ଓକିଲମାନେ ଉପଜିଲ୍ଲାପାଳଙ୍କୁ ହଟହଟା କରିଥିବା ଦେଖୁବାକୁ ମିଳିଛି।

ସୂଚନା ଅନୁସାରେ,ଜମି ରେଜିଷ୍ଟ୍ରେସନ୍‌ ପରେ ଫର୍ମ-୩ ମାଧ୍ୟମରେ ଆସୁଥିବା ଦାଖଲ ଖାରଜ ମାମଲା ନିର୍ଦ୍ଧାରିତ ସମୟରେ ଫଇସଲା, BNSS ଅନୁଯାଇ ମାମଲାର ତ୍ୱରିତ ବିଚାର ଏବଂ ବିଭିନ୍ନ ଦଲିଲର ସାର୍ଟିଫିକେଟ କପି ସମୟରେ ପ୍ରଦାନ କରିବାକୁ ଦାବି ହୋଇଛି। 

ସେହିପରି ଜାତି, ଆୟ ଓ ଆବାସିକ ପ୍ରମାଣପତ୍ର ସମେତ ବିଭିନ୍ନ ସାର୍ଟିଫିକେଟ୍‌ ଶୀଘ୍ର ପ୍ରଦାନ, ଜମି ରେଜିଷ୍ଟ୍ରେସନ୍‌ ସମ୍ବନ୍ଧୀୟ ବକେୟା ମାମଲାର ତୁରନ୍ତ ସମାଧାନ ଏବଂ ପଟ୍ଟାଦାରଙ୍କ ଜମି ରେକର୍ଡରେ ଆବଶ୍ୟକ ସଂଶୋଧନ କରିବାକୁ ମଧ୍ୟ ଓକିଲ ସଂଘ ଦାବି କରିଛି।

ତହସିଲ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବା, ଜମିର ସୀମା ନିର୍ଦ୍ଧାରଣ ଓ ଡିମାର୍କେସନ୍‌ ମାମଲାର ଶୀଘ୍ର ସମାଧାନ ସହ ଆବଶ୍ୟକ ସ୍ଥଳରେ ତଦନ୍ତ କରି ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ମଧ୍ୟ ଦାବି ଉଠିଛି।



Edited by k.s thakur...

Post a Comment

Previous Post Next Post