କଣ୍ଟାବାଞ୍ଜି ଓକିଲ ସଂଘର ଧାରଣାର ଦ୍ୱିତୀୟ ଦିନ ; ତହସିଲ ଅବ୍ୟବସ୍ଥା ବିରୋଧରେ ଗର୍ଜିଲେ ଆଇନଜୀବୀ, ଦାବି ପୂରଣ ପାଇଁ ଦୃଢ଼ନିଷ୍ଠ...
କଣ୍ଟାବାଞ୍ଜି,୦୨/୦୯(ନି.ପ୍ର) : ତହସିଲ କାର୍ଯ୍ୟାଳୟର ଅବ୍ୟବସ୍ଥା ଓ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ କଣ୍ଟାବାଞ୍ଜି ଓକିଲ ସଂଘର ଆନ୍ଦୋଳନ ଗତକାଲି ଦ୍ୱିତୀୟ ଦିନରେ ପହଞ୍ଚିଥିଲା।
Ad..
ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ନିଜ ଦାବି ପୂରଣ ପାଇଁ ପ୍ରଶାସନ ଉପରେ ଚାପ ବଢ଼ାଇଛନ୍ତି ଆଇନଜୀବୀ ମାନେ।ଜମି ରେଜିଷ୍ଟ୍ରେସନ୍ ପରେ ଫର୍ମ-୩ ମାଧ୍ୟମରେ ଆସୁଥିବା ଦାଖଲ ଖାରଜ ମାମଲା ନିର୍ଦ୍ଧାରିତ ସମୟରେ ଫଇସଲା, BNSS ଅନୁଯାୟୀ ମାମଲାର ତ୍ୱରିତ ବିଚାର ଏବଂ ବିଭିନ୍ନ ଦଲିଲର ସାର୍ଟିଫିକେଟ କପି ସମୟରେ ପ୍ରଦାନ କରିବାକୁ ଦାବି ହୋଇଛି।
ସେହିପରି ଜାତି, ଆୟ ଓ ଆବାସିକ ପ୍ରମାଣପତ୍ର ସମେତ ବିଭିନ୍ନ ସାର୍ଟିଫିକେଟ୍ ଶୀଘ୍ର ପ୍ରଦାନ, ଜମି ରେଜିଷ୍ଟ୍ରେସନ୍ ସମ୍ବନ୍ଧୀୟ ବକେୟା ମାମଲାର ତୁରନ୍ତ ସମାଧାନ ଏବଂ ପଟ୍ଟାଦାରଙ୍କ ଜମି ରେକର୍ଡରେ ଆବଶ୍ୟକ ସଂଶୋଧନ କରିବାକୁ ମଧ୍ୟ ଓକିଲ ସଂଘ ଦାବି କରିଛି।
ତହସିଲ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବା, ଜମିର ସୀମା ନିର୍ଦ୍ଧାରଣ ଓ ଡିମାର୍କେସନ୍ ମାମଲାର ଶୀଘ୍ର ସମାଧାନ ସହ ଆବଶ୍ୟକ ସ୍ଥଳରେ ତଦନ୍ତ କରି ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ମଧ୍ୟ ଦାବି ଉଠିଛି।ଓକିଲ ସଂଘ ସଭାପତି ପ୍ରଫୁଲ୍ଲ ନାୟକଙ୍କ ନେତୃତ୍ୱରେ ଚାଲିଥିବା
ଏହି ଧାରଣାକୁ ଆଜି ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷ ସମର୍ଥନ ଜଣାଇଛନ୍ତି। କଣ୍ଟାବାଞ୍ଜି ନଗରପାଳ ବରିୟାମ ସିଂ ସାଲୁଜା, ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବିଜେଡି ଯୁବ ନେତା ଗିରିରାଜ ସିଂ ମାଝୀ, କଣ୍ଟାବାଞ୍ଜି ଅଗ୍ରୱାଲ ସଭା, ବଣିକ ସଂଘ, ଯୁବ ସଙ୍ଗଠନ, ସାମ୍ବାଦିକ ସଂଘ, ପ୍ରେସ୍ କ୍ଲବ,ଆଦିବାସୀ କଲ୍ୟାଣ ସଙ୍ଘ, ହେମାଳ ସଙ୍ଘ ସମେତ ବିଭିନ୍ନ ସଙ୍ଗଠନ ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ କରିଛନ୍ତି।
ଆଇନଜୀବୀଙ୍କ ଏହି ଆନ୍ଦୋଳନରେ ସାଧାରଣ ଲୋକଙ୍କ ସମସ୍ୟା ମଧ୍ୟ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଏବେ ଦାବିଗୁଡ଼ିକ ଉପରେ ପ୍ରଶାସନ କେବେ ଆଲୋଚନା କରି ସମାଧାନର ବାଟ ଖୋଜୁଛି, ତାହା ଉପରେ ସମସ୍ତଙ୍କ ନଜର।
Edited by k.s thakur...


