ଘୁଞ୍ଚିଲା ଓଡ଼ିଶା ଡିଜିପି ନିଯୁକ୍ତି ସମ୍ପର୍କିତ ମାମଲାର ଶୁଣାଣି ; ଆସନ୍ତା ୭ ରେ ପରବର୍ତ୍ତୀ ଶୁଣାଣି...
ଭୁବନେଶ୍ୱର,୦୩/୦୯(ନି.ପ୍ର): ଓଡ଼ିଶା ଡିଜିପି ନିଯୁକ୍ତି ସମ୍ପର୍କିତ ମାମଲାର ଶୁଣାଣି ପୁଣି ଥରେ ଘୁଞ୍ଚିଛି। ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟ ଆସନ୍ତା ୭ ତାରିଖରେ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ପରବର୍ତ୍ତୀ ଶୁଣାଣି କରିବେ।
Ad..
ସୂଚନା ଅନୁଯାୟୀ, ଆବେଦନକାରୀ ଗତକାଲି ନିଜର ପିଟିସନର ଦାଖଲ କରିଛନ୍ତି ବୋଲି ଆଇନଜୀବୀ ସୂଚନା ଦେଇଛନ୍ତି। ସେହିପରି ସଲିସିଟର ଜେନେରାଲ ମଧ୍ୟ ଏହି ମାମଲାରେ ଆବଶ୍ୟକ ରିପୋର୍ଟ ଦାଖଲ କରିଛନ୍ତି।
ଏହି ସମସ୍ତ ରିପୋର୍ଟ ଓ ଦାଖଲ ହୋଇଥିବା କାଗଜପତ୍ରର ଅନୁଧ୍ୟାନ ପାଇଁ ସୁପ୍ରିମକୋର୍ଟ ସମୟ ନେଇଛନ୍ତି। ଫଳରେ ମାମଲାର ଶୁଣାଣିକୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
ଶୁଣାଣି ଘୁଞ୍ଚିବା ଯୋଗୁଁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ୟୁପିଏସସି (UPSC) ଓଡ଼ିଶା ଡିଜିପି ନିଯୁକ୍ତି ସମ୍ପର୍କରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବେ ନାହିଁ।
ତେବେ ଏହି ମାମଲାର ଶୁଣାଣି ବେଶୀ ଦିନ ଟାଳିହୋଇ ରହିବ ନାହିଁ ବୋଲି ଆଇନଜୀବୀ ସ୍ପଷ୍ଟ କରିଛନ୍ତି। ନିୟମ ଅନୁଯାୟୀ, ଆଡହକ୍ ବ୍ୟବସ୍ଥାରେ ଅଧିକ ଦିନ କାମ ଚଳାଯାଇପାରିବ ନାହିଁ। ତେଣୁ ସୁପ୍ରିମକୋର୍ଟ ଖୁବଶୀଘ୍ର ଏହାର ନିଷ୍ପତ୍ତି ଶୁଣାଇବା ନେଇ ଆଶା କରାଯାଉଛି।
Edited by k.s thakur...
Tags:
Bhubaneswar


