୨୫ ବର୍ଷ ଧରି ବାଲି ତଳେ ବୁଡ଼ି ରହିଥିବା ଏକ ପ୍ରାଚୀନ ମନ୍ଦିର ପୁନର୍ବାର ଦୃଶ୍ୟମାନ...
ଗଞ୍ଜାମ,୦୩/୦୯(ନି.ପ୍ର): ଗଞ୍ଜାମ ଜିଲ୍ଲା ପୋଡ଼ମପେଟା ସମୁଦ୍ର କୂଳରେ ଦେଖିବାକୁ ମିଳିଛି ଏକ ବିରଳ ଓ ଆଶ୍ଚର୍ଯ୍ୟଜନକ ଦୃଶ୍ୟ। ବିଗତ ପ୍ରାୟ ୨୫ ବର୍ଷ ଧରି ବାଲି ତଳେ ବୁଡ଼ି ରହିଥିବା ଏକ ପ୍ରାଚୀନ ମନ୍ଦିର ପୁନର୍ବାର ଦୃଶ୍ୟମାନ ହୋଇଛି।
Ad..
ସମୁଦ୍ର ଜଳସ୍ତର ହ୍ରାସ ପାଇବା ପରେ ମନ୍ଦିରର ଉପରିଭାଗ ବାଲି ମଧ୍ୟରୁ ବାହାରିଥିବା ଦେଖିବାକୁ ମିଳିଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଓ ଆଖପାଖ ଲୋକମାନେ ବେଳାଭୂମିରେ ଭିଡ଼ ଜମାଉଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସମୁଦ୍ର ବାଲି ତଳୁ ହଠାତ୍ ଏହି ମନ୍ଦିରର ଶିଖର କିମ୍ବା ଉପରିଭାଗ ବାହାରକୁ ଦୃଶ୍ୟମାନ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ସୁକତା ପ୍ରକାଶ ପାଇଛି।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଏହା ପ୍ରସିଦ୍ଧ “ଗଙ୍ଗାଦେବୀ ମନ୍ଦିର”।ଏହି ମନ୍ଦିରଟି ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ହେବା ପୂର୍ବରୁ ହିଁ ସମୁଦ୍ର ଗର୍ଭରେ ବିଲୀନ ହୋଇଯାଇଥିଲା।
ଦୀର୍ଘ ୨୫ ବର୍ଷ ପରେ ଏହି ମନ୍ଦିରଟି ପୁଣି ଥରେ ସମୁଦ୍ର କୂଳରେ ବାଲି ହଟି ଦେଖାଯିବା ପୋଡ଼ମପେଟା ବେଳାଭୂମିରେ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
Edited by k.s thakur...
Tags:
ganjam


