ଅଞ୍ଚଳ ମହାବିଦ୍ୟାଳୟରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ଓ ପ୍ରାଚୀର ପତ୍ରିକା ‘ଅନ୍ୱେଷା’ ଉନ୍ମୋଚିତ...

ଅଞ୍ଚଳ ମହାବିଦ୍ୟାଳୟରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ଓ ପ୍ରାଚୀର ପତ୍ରିକା ‘ଅନ୍ୱେଷା’ ଉନ୍ମୋଚିତ...


ପଦ୍ମପୁର,୦୧/୦୯(ବିଜୟ ସାହୁ) : ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପରିସରସ୍ଥ ନୂତନ ସମ୍ମେଳନ କକ୍ଷରେ ମଙ୍ଗଳବାର ଦିନ ଓଡ଼ିଆ ସାରସ୍ୱତ ଆକାଶର ଅମଳିନ ଜ୍ୟୋତିଷ୍କ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭାବପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି।

           Ad..


କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଭାତ କୁମାର ମହାପାତ୍ରଙ୍କ କରକମଳରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ପ୍ରାଚୀର ପତ୍ରିକା ‘ଅନ୍ୱେଷା’ର ସ୍ୱତନ୍ତ୍ର ‘ଗଙ୍ଗାଧର ବିଶେଷାଙ୍କ’ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଥିଲା।

ଏହି ଅବସରରେ ପ୍ରାଧ୍ୟାପକ ଶ୍ରୀ ମହାପାତ୍ର ସଭାପତିତ୍ୱ କରି ନିଜ ଅଭିଭାଷଣରେ କବିଙ୍କ ଅମର ସୃଷ୍ଟି, ନିରାଡ଼ମ୍ବର ଜୀବନଶୈଳୀ ତଥା ତାଙ୍କ କାବ୍ୟ-କବିତାରେ ପ୍ରତିଫଳିତ ଉଚ୍ଚ ମାନବୀୟ ମୂଲ୍ୟବୋଧ ସମ୍ପର୍କରେ ଆଲୋକପାତ କରିଥିଲେ।

ମୁଖ୍ୟ ବକ୍ତା ଭାବେ ଓଡ଼ିଆ ବିଭାଗ ମୁଖ୍ୟ ଡ. ସରୋଜ କୁମାର ନାଏକ ଯୋଗଦେଇ ଗଙ୍ଗାଧର ମେହେରଙ୍କ ଅନନ୍ୟ ପ୍ରକୃତି ଚିତ୍ରଣ, ମାତୃଭାଷା ପ୍ରେମ ଏବଂ ସାମାଜିକ ଦୃଷ୍ଟିକୋଣ ଉପରେ ଏକ ଗର୍ଭିତ ତଥା ହୃଦୟସ୍ପର୍ଶୀ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ୟାପକ କ୍ୟାପଟେନ ଜୟକୁମାର ଭୁଏ ଉଦ୍ଦେଶ୍ୟ ଜ୍ଞାପନ ପୂର୍ବକ ସଭାର ଆଭିମୁଖ୍ୟ ଉପସ୍ଥାପନ କରିଥିବା ବେଳେ ଅଧ୍ୟାପିକା ରୀନା ଧର୍ମବିନାୟକ ଅତ୍ୟନ୍ତ ସୁଚାରୁ ରୂପେ ମଞ୍ଚ ପରିଚାଳନା କରିଥିଲେ।

ଅଧ୍ୟାପକ ନିର୍ମଳ କୁମ୍ଭାର ଓ ଅଧ୍ୟାପିକା ସୁରେଶ୍ୱରୀ ପାଣ୍ଡେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।ଏହି ସାରସ୍ୱତ ସମାରୋହରେ ପ୍ରାଧ୍ୟାପିକା ଝୁନୁ ପରିଡ଼ା, ଅଧ୍ୟାପକ ସନ୍ତୋଷ କୁମାର ମିଶ୍ର, ପ୍ରମୋଦ କୁମାର ତ୍ରିପାଠୀ, ପ୍ରମୋଦ କୁମାର ପାଣିଗ୍ରାହୀ... 

ତୁଷାର କାନ୍ତ ସାହୁ ,ଭେଙ୍କଟେଶ୍ୱର ମେହେରଙ୍କ ସମେତ ସମସ୍ତ ଶିକ୍ଷକ, ଅଣ-ଶିକ୍ଷକ କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ସ୍ୱଭାବକବିଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ପରିଶେଷରେ ପ୍ରାଧ୍ୟାପିକା ପୂର୍ଣ୍ଣିମା ଦୋରା ସମସ୍ତଙ୍କ ଉଦ୍ଦେଶ୍ୟରେ ହାର୍ଦ୍ଦିକ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଥିଲେ।



Edited by k.s thakur...

Post a Comment

Previous Post Next Post