ରାଣା ପ୍ରତାପ ସ୍କୁଲରେ ଏଡ୍ସ ସଚେତନତା କାର୍ଯ୍ୟକ୍ରମ...

ରାଣା ପ୍ରତାପ ସ୍କୁଲରେ ଏଡ୍ସ ସଚେତନତା କାର୍ଯ୍ୟକ୍ରମ...


ବରଗଡ଼,୨୨/୦୮(ବିଜୟ ସାହୁ): ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଓ ଜିଲ୍ଲା ସ୍ବାସ୍ଥ୍ୟ ସମିତି ର ମିଳିତ ଆନୁକୁଲ୍ୟରେ ରାଣା ପ୍ରତାପ ଉଚ୍ଚ ବିଦ୍ୟାଳୟ ରେ ଏଡ୍ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।

           Ad..


ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇ ସି ଟି ସି କାଉନସିଲର ପ୍ରଶାନ୍ତ କୁମାର ମିଶ୍ର ଉପସ୍ଥିତ ରହି ଅଷ୍ଟମ ରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ଏଡ୍ସ ରୋଗ ସମ୍ବନ୍ଧ ରେ ସଚେତନ କରାଇବା ସହିତ ଏହି ରୋଗ ର ଲକ୍ଷଣ ଓ କାରଣ ସମ୍ବନ୍ଧ ରେ ବିସ୍ତୃତ ଭାବେ ଅବଗତ କରାଇଥିଲେ।

ଛାତ୍ରୀ ସାଲିନି ସା ଏଡ୍ସ ରୋଗର ଲକ୍ଷଣ ସମ୍ବନ୍ଧ ରେ ବକ୍ତବ୍ୟ ରଖିଥିବା ବେଳେ  ମୁଖ୍ୟ ଅତିଥି ଭାବେ ସ୍କୁଲ  ନିର୍ମାଣ କମିଟି ସଦସ୍ୟ କପିଳେଶ୍ୱର ବାଗ ,ସମ୍ମାନିତ ଅତିଥି ଭାବେ ଶିକ୍ଷକ ସଞ୍ଜୟ ସ୍ୱାଇଁ ପ୍ରମୁଖ  ଯୋଗ ଦେଇ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି ଉଲ୍ଲେଖ କରି  ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସଚେତନତା ର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ଜ୍ୟୋତି ବେହେରା,ଜ୍ୟୋତ୍ସ୍ନା ମୟି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ।ଶିକ୍ଷକ ଗୋପବନ୍ଧୁ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ।



Edited by k.s thakur...

Post a Comment

Previous Post Next Post