ଦାବ୍ରି ସରକାରୀ ପ୍ରାଥମିକ ବିଦ୍ୟାଳୟ କମିଟିର ନୂତନ ସଭାପତି ଭାବେ ଶ୍ରୀ ହରିଶ ଚନ୍ଦନ ନିର୍ବାଚିତ...

ଦାବ୍ରି ସରକାରୀ ପ୍ରାଥମିକ ବିଦ୍ୟାଳୟ କମିଟିର ନୂତନ ସଭାପତି ଭାବେ ଶ୍ରୀ ହରିଶ ଚନ୍ଦନ ନିର୍ବାଚିତ...



ତୁରେକେଲା,୧୫/୦୭(ରୁରେନ୍ଦ୍ର ସୁନାନି): ତୁରେକେଲା ବ୍ଲକ ଅନ୍ତର୍ଗତ ଦାବ୍ରି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍କୁଲ ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। 

        Ad..


ଏହି ବୈଠକରେ ସମସ୍ତ ସଦସ୍ୟ ଓ ଗ୍ରାମବାସୀଙ୍କ ସର୍ବସମ୍ମତି କ୍ରମେ ଶ୍ରୀ ହରିଶ ଚନ୍ଦନଙ୍କୁ ସ୍କୁଲ କମିଟିର ନୂତନ ସଭାପତି (ପ୍ରେସିଡେଣ୍ଟ) ଭାବେ ମନୋନୀତ କରାଯାଇଛି।ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଥିଲା। 

ବିଦ୍ୟାଳୟର ବିକାଶ କାର୍ଯ୍ୟକୁ ଆଗକୁ ବଢ଼ାଇବା ଏବଂ ଶିକ୍ଷାର ପରିବେଶକୁ ଅଧିକ ସୁଦୃଢ଼ କରିବା ପାଇଁ ଏହି ନୂତନ କମିଟି ସମ୍ପୂର୍ଣ୍ଣ ଦାୟିତ୍ୱ ନେଇ ଆଗକୁ କାର୍ଯ୍ୟ କରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏହି ସଭାରେ ଦାବ୍ରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରେମାନନ୍ଦ ବରିହା, ସି.ଆର.ସି.ସି. (CRCC) ଶ୍ରୀ ଗୁରୁପ୍ରସାଦ ଛତ୍ରିଆ, ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ଦଳେଇ, ଶିକ୍ଷୟିତ୍ରୀ କାଦମ୍ବିନୀ ଜେନା ଏବଂ ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ବିଶେଶ୍ୱରୀ ଜଗତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଏଥି ସହିତ ଚଟୁଅନଙ୍କା ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରତାପ ଚନ୍ଦ୍ର କୁଅଁର, ହିଆଲ ପଂଚାୟତ ସମିତି ସଭ୍ୟ ଶ୍ରୀ ନବୀନ ଭୋଇ, ଦାବ୍ରି ୧୧ ନମ୍ବର ୱାର୍ଡ ମେମ୍ବର ଶ୍ରୀମତୀ କୁମୁଦିନୀ ଛତ୍ରିଆ, ଦୁଆରଶନୀ ୟୁଥ୍ କ୍ଲବ ସଭାପତି ଶ୍ରୀ ରାଜୁ ଛତ୍ରିଆ ଏବଂ ସମାଜସେବୀ ଶ୍ରୀ ଲିଙ୍ଗରାଜ ସୁନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। 

ଗ୍ରାମର ଭଦ୍ରବ୍ୟକ୍ତି ଶ୍ରୀ ଯୁବରାଜ ଛତ୍ରିଆ, ଶ୍ରୀ ନେତ୍ର କୁମ୍ଭାର ଓ ଶ୍ରୀ ବସନ୍ତ ଛତ୍ରିଆଙ୍କ ସମେତ ବହୁ ସ୍ଥାନୀୟ ମହିଳା ଓ ଗ୍ରାମବାସୀ ଉପସ୍ଥିତ ଥିଲେ।ନୂତନ ସଭାପତି ଭାବେ ଶ୍ରୀ ହରିଶ ଚନ୍ଦନ ଦାୟିତ୍ୱ ଗ୍ରହଣ କରିବା ପରେ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଯାଇଛି।



Edited by k.s thakur...

Post a Comment

Previous Post Next Post