ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ଓ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀରେ ବରଗଡ଼ରେ ବିକ୍ଷୋଭ ପ୍ରଦର୍ଶନ ଓ ଦସ୍ତଖତ ଅଭିଯାନ...

ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ଓ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀରେ ବରଗଡ଼ରେ ବିକ୍ଷୋଭ ପ୍ରଦର୍ଶନ ଓ ଦସ୍ତଖତ ଅଭିଯାନ...


ବରଗଡ଼,୨୦/୦୭(ବିଜୟ କୁମାର ସାହୁ) : ସାମାଜିକ କର୍ମୀ, ଶିକ୍ଷାବିତ ତଥା ବୈଜ୍ଞାନିକ ସୋନମ ୱାଙ୍ଗଚୁକ ଙ୍କ ଆମରଣ ଅନଶନ କୁ ବଳପୂର୍ବକ ଦମନ କରିବା ପ୍ରତିବାଦ ରେ ସୋମବାର ବରଗଡ଼ ଗାନ୍ଧୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ ଓ ଦସ୍ତଖତ ଅଭିଯାନ କରାଯାଇଛି। 

        Ad..


ବରଗଡ଼ର ସଚେତନ ନାଗରିକ ଓ ବିଭିନ୍ନ ସଂଗଠନ ର ସଦସ୍ୟ ମାନେ ଏହି ବିକ୍ଷୋଭ ରେ ଯୋଗ ଦେଇ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦାବୀ କରିଥିଲେ। ସୋନମ ଙ୍କୁ ପୋଲିସ ବଳପୁର୍ବକ ହଟେଇବା ପରେ ଚାରି ପଟୁ ସମର୍ଥନ ର ସୁଅ ଛୁଟୁଛି ଏହାକୁ ନେଇ ବରଗଡ଼ ରେ ମଧ୍ୟ ଉତ୍ସାହ ଦେଖା ଦେଇଛି ।

ଏହି ଦସ୍ତଖତ ଅଭିଯାନ ରେ ଦୁଇ ଶହ ରୁ ଅଧିକ ଲୋକ ନିଜର ସିଗନେଚର ଦେଇ ସମର୍ଥନ ଜଣାଇଥିଲେ। ଗତ ଗୋଟିଏ ମାସ ହେଲା ସୋନମ ଓ ତାଙ୍କ ସାଥୀ ମାନେ ଦିଲ୍ଲୀ ର ଯନ୍ତର ମନ୍ତର ରେ ଅନଶନ ରେ ବସିଛନ୍ତି ଯାହାକୁ ନେଇ ବିଜେପି ସରକାର ଛାନିଆ ହୋଇ ସୋନମଙ୍କୁ ବଳ ପୂର୍ବକ ହଟେଇ ଆନ୍ଦୋଳନ କୁ ଭଣ୍ଡୁର କରିବାକୁ ଅପଚେଷ୍ଟା କରିଛି ବୋଲି ଭବାନୀ ସାହୁ କହିଛନ୍ତି।

ଗତ ନିଟ ପରୀକ୍ଷା ପେପର ଲିକ କୁ ନେଇ ଦେଶ ତମାମ ଜନ ଆକ୍ରୋଶ ଦେଖାଦେଇଛି ତେଣୁ ୟେ ଛାତ୍ର ଆନ୍ଦୋଳନ ଆଗକୁ ଭୟାବହ ରୂପ ନେଇ ପାରେ ବୋଲି ସୁଶାନ୍ତ ସାହୁ କହିଛନ୍ତି। 

ଏହି ବିକ୍ଷୋଭ କୁ ଅବିନାଶ ବାଗ, ଆଇନଜୀବୀ ସୁରେନ୍ଦ୍ର ପଣ୍ଡା, ଅନୁପ ଶତପଥି, ହରଦୀପ ସିଂ, ସଂଗ୍ରାମ ନେପାକ,ସ୍ୱରୂପ ଭୋଇ,ବୈକୁଣ୍ଠ ଷଡ଼ଙ୍ଗୀ, ବିମଲ ଶିକ୍କା, ଅସିତ ସାହୁ,ଜୟ କ୍ରିଷ୍ଣା ଛୁରିଆ, ଯଦୁମଣି ପ୍ରଧାନ...

ଯୁଗନୁ ଜଗଦଳା,ମାରିୟମ ବାର୍ଲା, ସୁରେଖା ଭୁଏ,ମନୋଜ କଲେତ, ସଂଜୟ କୁମ୍ଭାର,ଅନିଷା କୁମ୍ଭାର, କଳ୍ପନା ସର, ମନୋହର ପ୍ରଧାନ, ସନ୍ତୋଷ ସାହୁ,ଆଜାଦ ପତି କଟାପାଲି ଆଶିଷ ବାଗ, ଦିବ୍ୟକାନ୍ତ ମଲ୍ଲିକ ଗୌରବ ମଲ୍ଲିକ,ପୋଡା ରାଜେଶ ବାଗ, ବିକାଶ ଭୁଏ ଓ ଅନ୍ୟମାନେ ଉପସ୍ଥିତ ଥିଲେ।



Edited by k.s thakur...

Post a Comment

Previous Post Next Post