ଖଡ଼ିଆଳ ଉପଖଣ୍ଡ ହସ୍ପିଟାଲରେ ବିଜୁଳି ନାହିଁ, ରୋଗୀଙ୍କୁ ଭରସା ମୋବାଇଲ୍ ଲାଇଟ୍...
ଖଡ଼ିଆଳ,୨୦/୦୭(ନି.ପ୍ର): ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଶୁକ୍ରବାର ରାତି ୧୧ଟାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ ହସ୍ପିଟାଲରେ ଚିକିତ୍ସା ସେବା ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି ।
Ad..
ପ୍ରାୟ ୧୨ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ୍ ନଥିବାରୁ ଡାକ୍ତର ଓ ନର୍ସମାନେ ମୋବାଇଲ ଲାଇଟ ଆଲୁଅରେ ରୋଗୀଙ୍କୁ ସାଲାଇନ, ଇଞ୍ଜେକସନ, ବିପି ଟେଷ୍ଟ ଓ ସୁଗର ଟେଷ୍ଟ ସମେତ ଅନ୍ୟାନ୍ୟ ଜରୁରି ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି।
ଇନପୁଟ ଲାଇନରେ ତ୍ରୁଟି ଥିବାରୁ ଜେନେରେଟର ମାଧ୍ୟମରେ ମଧ୍ୟ ବିଦ୍ୟୁତ ସଂଯୋଗ କରାଯାଇ ପାରୁନାହିଁ । ଫଳରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ହସ୍ପିଟାଲ ପରିସରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି।ଏ ସମ୍ପର୍କରେ ଉପଖଣ୍ଡ ଚିକିତ୍ସାଳୟର ଇନଚାର୍ଜ ଡା.ରଞ୍ଜିତ ରାଉତ କହିଛନ୍ତି ଯେ ଆମେ ଏ ବିଷୟରେ ନୂଆପଡ଼ା ସିଡିଏମଓ, ନୂଆପଡ଼ା ବିଦ୍ୟୁତ୍ ବିଭାଗର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଏବଂ ଖଡ଼ିଆଳ ବିଦ୍ୟୁତ ବିଭାଗର ଏସ୍ଡିଓଙ୍କୁ ଲିଖିତ ଭାବେ ଅବଗତ କରାଇସାରିଛୁ।
ନୂଆପଡ଼ାରୁ ଏକ ଟିମ ଆସି ମରାମତି କାର୍ଯ୍ୟ କରୁଛନ୍ତି। କିନ୍ତୁ ଫଲ୍ଟ ଚିହ୍ନଟ ହୋଇନପାରୁଥିବାରୁ ବିଦ୍ୟୁତ୍ ସଂଯୋଗରେ ବିଳମ୍ବ ହେଉଛି। ବିଦ୍ୟୁତ୍ ଅଭାବରୁ ଜରୁରୀକାଳୀନ ସେବା ପ୍ରଭାବିତ ହେଉଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ତିନିଦିନରୁ ଅଧିକ ହେବ ଲାଇଟ ସମସ୍ୟା ରହିଥିବା ରୋଗୀମାନେ ପ୍ରକାଶ କରିଛନ୍ତି।
Edited by k.s thakur...


