ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଦଳୀୟ କର୍ମୀଙ୍କ ବିରୋଧ, କନ୍ଦାଗାଡ଼ରେ ଉତ୍ତେଜନା...

ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଦଳୀୟ କର୍ମୀଙ୍କ ବିରୋଧ, କନ୍ଦାଗାଡ଼ରେ ଉତ୍ତେଜନା...


ଝାରସୁଗୁଡ଼ା,୧୨/୦୭(ନି.ପ୍ର) : ଝାରସୁଗୁଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହୀରମା ପଞ୍ଚାୟତର କନ୍ଦାଗାଡ଼ ଗାଁରେ ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ନିଜ ଦଳର କର୍ମୀଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି।

         Ad..


ଏକ ମନ୍ଦିରରେ ପୂଜା କରିବା ପାଇଁ ମନ୍ତ୍ରୀ ସେଠାକୁ ଯାଇଥିବା ବେଳେ କିଛି ଦଳୀୟ କର୍ମୀ ତାଙ୍କୁ ବିରୋଧ କରିଥିଲେ। ମନ୍ତ୍ରୀ ଆସୁଥିବା ସମ୍ପର୍କରେ ପୂର୍ବରୁ କର୍ମୀ ଓ ସ୍ଥାନୀୟ ଅଧିକାରୀମାନଙ୍କୁ ସୂଚନା ଦିଆଯାଇ ନ ଥିଲା ବୋଲି ବିରୋଧକାରୀମାନେ ଅଭିଯୋଗ କରିଛନ୍ତି।

ଏହି ଘଟଣାକୁ ନେଇ ମନ୍ତ୍ରୀଙ୍କ ସମର୍ଥକ ଏବଂ ବିରୋଧ କରୁଥିବା କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ଦେଖିବାକୁ ମିଳିଥିଲା। ପରିସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା । ତେବେ ଏହି ବିରୋଧ ପ୍ରଦର୍ଶନ ନେଇ ମନ୍ତ୍ରୀ ସୁରେଶ ପୂଜାରୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ



Edited by k.s thakur...

Post a Comment

Previous Post Next Post