ବିଜେପି ପାର୍ଟି ଅଫିସରେ ବିଧାୟକ ସୌଭିକ ବିଶ୍ୱାଳ, ପଦ୍ମ ଧରିପାରନ୍ତି ପ୍ରଭାତ ବିଶ୍ୱାଳ !...
ଭୁବନେଶ୍ଵର,୧୨/୦୭(ନି.ପ୍ର) : ବିଜେଡିରୁ ନିଲମ୍ବିତ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଅଚାନକ ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିବାରୁ ରାଜନୈତିକ ମହଲରେ ବିଭିନ୍ନ ପ୍ରକାର ଆଲୋଚନା ଆରମ୍ଭ ହୋଇଛି।
Ad..
ସୂଚନା ଅନୁସାରେ, ସୌଭିକ ବିଶ୍ୱାଳ ଆଜି ବିଜେପି ପାର୍ଟି ଅଫିସରେ ଉପସ୍ଥିତ ହୋଇଥିଲେ । ତାଙ୍କ ଏହି ଅଚାନକ ଗସ୍ତ ପରେ ବିଜେଡିରୁ ବହିଷ୍କୃତ ବାପା ପ୍ରଭାତ ବିଶ୍ୱାଳ ବିଜେପିରେ ମିଶିବା ନେଇ ଚର୍ଚ୍ଚା ତୀବ୍ର ହୋଇଛି ।
ବିଜେଡିରୁ ନିଲମ୍ବନ ପରେ ସୌଭିକ ଓ ପ୍ରଭାତ ବିଶ୍ୱାଳ ବିଜେପିରେ ମିଶିବା ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଛି। ଆଜିର ସାକ୍ଷାତ ପରେ ପ୍ରଭାତ ଖୁବ ଶୀଘ୍ର ଦଳରେ ସାମିଲ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ଏ ନେଇ ସୌଭିକ ବିଶ୍ୱାଳ କିମ୍ବା ବିଜେପି ନେତୃତ୍ୱ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।
Edited by k.s thakur...
Tags:
Bhubaneswar


