ଶ୍ରୀ ରାମ ମନ୍ଦିର ପରିସରରେ ୫୦ରୁ ଅଧିକ ବୃକ୍ଷରୋପଣ, ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ...
ମୁରିବାହାଲ,୧୩/୦୭ (ଶଙ୍କର ମାଝୀ ) : ପରିବେଶ ସୁରକ୍ଷା ଏବଂ ସବୁଜ ସମାଜ ଗଠନର ଲକ୍ଷ୍ୟ ନେଇ ଆଜି ମୁରିବାହାଲସ୍ଥିତ ଶ୍ରୀ ରାମ ମନ୍ଦିର ପରିସରରେ ଶ୍ରୀ ରାମ ମନ୍ଦିର କମିଟି ଏବଂ ବଜରଙ୍ଗ ଦଳର ମିଳିତ ଆନୁକୂଲ୍ୟରେ ଏକ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Ad..
ଏହି ଅବସରରେ ୫୦ରୁ ଅଧିକ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇ ପରିବେଶ ସୁରକ୍ଷା ପ୍ରତି ସଚେତନତାର ବାର୍ତ୍ତା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ଥାନାର ଏଏସଆଇ ଶ୍ରୀ ଅଭୟ ପ୍ରଧାନ ଯୋଗଦେଇ ବୃକ୍ଷରୋପଣ କରିବା ସହିତ ପ୍ରତ୍ୟେକ ବ୍ୟକ୍ତି ଅତି କମରେ ଗୋଟିଏ ବୃକ୍ଷ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଏଏସଆଇ ଶ୍ରୀ ସୁଶିଲ କୁମାର ମହାପାତ୍ର, ମୁରିବାହାଲ ସରପଞ୍ଚ ଶ୍ରୀ ବିଶ୍ୱବିହାରୀ ଯୋଶୀ, ମୁରିବାହାଲ ମହିମା ଆଶ୍ରମର ବକଳଧାରୀ ବାବା ଶ୍ରୀ ବିଭୀଷଣ ମହାରାଜ ଏବଂ ସାଧୁ ଶ୍ରୀ ସୁଶିଲ ଦାସ ଉପସ୍ଥିତ ରହି ପରିବେଶ ସୁରକ୍ଷାର ଆବଶ୍ୟକତା ଉପରେ ମତ ରଖିଥିଲେ।
ଶ୍ରୀ ରାମ ମନ୍ଦିର କମିଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ରାଜୀବ କୁମାର ମହାନ୍ତି, ତରୁଣ ପୋଢ଼, ଭରତ ଦାସ, ହୁରଦା ସାହୁଙ୍କ ସମେତ ବଜରଙ୍ଗ ଦଳର ବ୍ଲକ ସଂଯୋଜକ ପଦ୍ମଲୋଚନ ସାହୁଙ୍କ ନେତୃତ୍ୱରେ କାର୍ଯ୍ୟକର୍ତ୍ତା ସୁଧାଂଶୁ ପୋଢ଼ ୟାଦବ, ଉଦିତ କୁମାର କଟା, ପ୍ରସନ୍ନ କର୍ମୀ...
ଉତ୍ତମ ଥାଟି, ବିରଞ୍ଚି ଭୋଇ, ଅଜିତ ବାଗ, ରାଜ ନାଗ, ଶିବା ରାଉତ, ରଞ୍ଜିତ ଆଚାରୀ, ଲିଲୁ ଜାଲ, ବାବୁଲି ରାଉତ, ରୀଙ୍କୁ ପୋଢ଼ ୟାଦବ, ଉଦୟ ସାହୁ, ଯଦୁ ସାହୁ ଏବଂ ମହିମା ଆଶ୍ରମର ସମସ୍ତ ବାବା ପ୍ରମୁଖ ସକ୍ରିୟ ଭାବେ ବୃକ୍ଷରୋପଣରେ ସାମିଲ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ ମହିମା ଆଶ୍ରମର ସମସ୍ତ ସଦସ୍ୟଙ୍କ ସହ ଶତାଧିକ ସ୍ୱେଚ୍ଛାସେବୀ ଓ କର୍ମକର୍ତ୍ତା ଉପସ୍ଥିତ ରହି ବୃକ୍ଷରୋପଣକୁ ସଫଳ କରିଥିଲେ। ଉପସ୍ଥିତ ବକ୍ତାମାନେ ବୃକ୍ଷ ହେଉଛି ଜୀବନର ଆଧାର ବୋଲି କହିବା ସହ ପରିବେଶ ସନ୍ତୁଳନ ରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଆଗାମୀ ପିଢ଼ି ପାଇଁ ସବୁଜ ପୃଥିବୀ ଗଠନରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ।
ଶେଷରେ ଶ୍ରୀ ରାମ ମନ୍ଦିର କମିଟି ପକ୍ଷରୁ ସମସ୍ତ ଅତିଥି, ସହଯୋଗୀ, କାର୍ଯ୍ୟକର୍ତ୍ତା ଏବଂ ଅଂଶଗ୍ରହଣକାରୀଙ୍କୁ କୃତଜ୍ଞତା ଜଣାଯାଇଥିଲା। ସମସ୍ତଙ୍କ ସହଯୋଗରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା।
Edited by k.s thakur...


