ରାଜଧାନୀରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ...
ଭୁବନେଶ୍ଵର,୨୧/୦୭(ନି.ପ୍ର) : ପୁଣି ଅଶାନ୍ତ ରାଜଧାନୀ ଭୁବନେଶ୍ୱର। ଦିନ ଦ୍ୱିପ୍ରହରରେ ସର୍ବସାଧାରଣଙ୍କ ସାମ୍ନାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ।
Ad..
ଏହି ଘଟଣା ଘଟିଛି ଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାୟପୁର ଅଞ୍ଚଳରେ। ଖବର ପାଇ ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଏହି ଆକ୍ରମଣରେ ଦୀପକ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ପାରିବାରିକ କଳହକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଆକ୍ରମଣ ପଛରେ ପ୍ରକୃତ କାରଣ ଜଣାପଡ଼ିନାହିଁ।
Edited by k.s thakur...
Tags:
Bhubaneswar


