ରାଜ୍ୟରେ ଦୂର ହେବ ସାର ସଂକଟ ; ଡିଏପି ଓ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ପାଇଁ ଚିଠି...
ଭୁବନେଶ୍ଵର,୨୧/୦୭(ନି.ପ୍ର) : ରାଜ୍ୟରେ ସାର ସଂକଟ ଦୂର ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଚଳିତ ବର୍ଷ ହ୍ରାସ ପାଇଥିବା ଡିଏପି ଏବଂ ୟୁରିଆ ଯୋଗାଣ ଉପରେ ଚିନ୍ତିତ ହୋଇ ଓଡ଼ିଶା ସରକାର ୟୁରିଆ ଓ ଡିଏପି ବଦଳରେ ବିକଳ୍ପ ସାର ବ୍ୟବହାର ପାଇଁ ନିଷ୍ପତି ନେଇଛନ୍ତି।
Ad..
ବିକଳ୍ପ ଭାବେ କମ୍ପ୍ଲେକ୍ସ ଫର୍ଟିଲାଇଜର୍ ଓ ଆମୋନିୟମ୍ ସଲଫେଟ୍କୁ ପ୍ରୋତ୍ସାହନ କରିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ।ନିର୍ଦ୍ଦେଶ ଅନୁଯାୟୀ ୟୁରିଆ ବଦଳରେ ‘ଅମୋନିୟମ୍ ସଲଫେଟ୍’ ବ୍ୟବହାର କରିବାକୁ କୁହାଯାଇଛି।

ଭାରତ ସରକାର ବିପୁଳ ପରିମାଣରେ ଆମୋନିୟମ୍ ସଲଫେଟ୍ ଯୋଗାଇବେ। ଏଥିରେ ୨୦.୫% ନାଇଟ୍ରୋଜେନ୍ ଏବଂ ୨୩% ସଲଫର ରହିଥିବାରୁ, ଏହା ମାଟିରେ ସଲଫରର ଅଭାବ ପୂରଣ କରିବାରେ ସହାୟକ ହେବ।
ସେହିପରି ଚଳିତ ବର୍ଷ ଡିଏପି ସାରର ଯୋଗାଣ ପ୍ରଭାବିତ ହୋଇଥିବାରୁ, ଏହାର ବିକଳ୍ପ ଭାବେ ‘କମ୍ପ୍ଲେକ୍ସ ଫର୍ଟିଲାଇଜର୍ସ’ ବ୍ୟବହାର କରିବାକୁ ଭାରତ ସରକାର ପରାମର୍ଶ ଦେଇଛନ୍ତି।
ଓଡ଼ିଶା ରାଜ୍ୟ ସମବାୟ ମାର୍କେଟିଂ ଫେଡେରେସନ ଲିମିଟେଡ (ମାର୍କଫେଡ)କୁ ପ୍ରତ୍ୟେକ ଜିଲ୍ଲାକୁ ଯୋଗାଣ ହେଉଥିବା ସମସ୍ତ ସାର ଷ୍ଟକର ୬୦% ଉଠାଇବା ଏବଂ ଜଟିଳ ସାର ଏବଂ ଆମୋନିୟମ୍ ସଲଫେଟକୁ ପ୍ରାଥମିକତା ଦେବା ପାଇଁ ଦାୟିତ୍ୱ ଦିଆଯାଇଛି। ଜିଲ୍ଲାସ୍ତରୀୟ ମାର୍କଫେଡ ଅଧିକାରୀମାନଙ୍କୁ ଜିଲ୍ଲାୱାରୀ ଆବଣ୍ଟନ ଆଧାରରେ ଇଣ୍ଡେଣ୍ଟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
Edited by k.s thakur...
Tags:
Bhubaneswar