ରାୟଗଡ଼ାରେ ମ୍ୟାଲେରିଆ ଆତଙ୍କ ; ଜଣେ ଛାତ୍ର ମୃତ; ୧୧ ମେଡିକାଲରେ ଭର୍ତ୍ତି...

ରାୟଗଡ଼ାରେ ମ୍ୟାଲେରିଆ ଆତଙ୍କ ; ଜଣେ ଛାତ୍ର ମୃତ; ୧୧ ମେଡିକାଲରେ ଭର୍ତ୍ତି...


ରାୟଗଡ଼ା,୧୬/୦୭(ନି.ପ୍ର) : ରାୟଗଡ଼ାରେ ପୁଣି ମ୍ୟାଲେରିଆ ଆତଙ୍କ। ଗୋଟିଏ ସପ୍ତାହ ମଧ୍ୟରେ ରାୟଗଡ଼ା ଜିଲ୍ଲାରେ ମ୍ୟାଲେରିଆ ନେଲାଣି ଦୁଇ ଛାତ୍ରଙ୍କ ଜୀବନ। 

        Ad..


କିଛି ଦିନ ପୂର୍ବରୁ ମ୍ୟାଲେରିଆରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଆଉ ଜଣେ ସ୍କୁଲ ଛାତ୍ରର ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଛାତ୍ରଙ୍କ ମୃତ୍ୟୁ ହୋଇଛି। 

ମୃତ ଛାତ୍ର ହେଉଛନ୍ତି ରାୟଗଡ଼ା ସଦର ବ୍ଲକ ଅତଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଜୟସେନ କଣ୍ଡାଗରି।ସେହିପରି ମ୍ୟାଲେରିଆ ଆକ୍ରାନ୍ତରେ କଲାନରା ବ୍ଳକ୍ ଅଣ୍ଟାମଡା ସେବାଶ୍ରମର ୧୧ ଜଣ ପିଲାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।



Edited by k.s thakur...

Post a Comment

Previous Post Next Post