ବେଲପାହାଡ଼ ବିଜେଡିକୁ ଶକ୍ତ ଧକ୍କା: ହିତେଶ ଓ ପୌର ଉପାଧ୍ୟକ୍ଷାଙ୍କ ସମେତ ୧୦ କାଉନ୍ସିଲରଙ୍କ ଇସ୍ତଫା...
ବ୍ରଜରାଜନଗର,୧୫/୦୭(ନି.ପ୍ର): ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ବିଜେଡି ସଙ୍ଗଠନକୁ ଲାଗିଛି ବଡ଼ ଝଟ୍କା। ବେଲପାହାଡ଼ ପୌରାଞ୍ଚଳରେ ଦଳୀୟ ସଂଗଠନ ଗୁରୁତର ସଙ୍କଟରେ ପଡ଼ିଯାଇଛି।
Ad..
ବରିଷ୍ଠ ନେତା ହିତେଶ ଠକ୍କରଙ୍କ ନିଲମ୍ବନ ପ୍ରତିବାଦରେ ଆଜି ପୌର ଉପାଧ୍ୟକ୍ଷା ରୀନା ସୁନାଙ୍କ ସମେତ ୧୦ ଜଣ କାଉନ୍ସିଲର ଦଳ ଛାଡ଼ିଛନ୍ତି। ତାଙ୍କ ସହିତ ଦଳର ଜିଲ୍ଲା ମିଡିଆ ସେଲ୍ ସଂଯୋଜକ ତୌସିଫ୍ ଆଲମଙ୍କ ସମେତ ୨ ଶହରୁ ଅଧିକ କର୍ମକର୍ତ୍ତା ମଧ୍ୟ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।
ପୂର୍ବତନ ବିଧାୟିକା ଅଳକା ମହାନ୍ତିଙ୍କ କାର୍ଯ୍ୟଶୈଳୀକୁ ନେଇ ଏହି ଗୋଷ୍ଠୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ବେଲପାହାଡ଼ ପୌର କଲ୍ୟାଣ ମଣ୍ଡପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗତଥରର ନଗରପାଳ ପ୍ରାର୍ଥୀ ହିତେଶ ଠକ୍କର, ଉପନଗରପାଳ ରୀନା ସୁନାଙ୍କ ସମେତ ଅନ୍ୟ ୧୦ ଜଣ କାଉନ୍ସିଲର ଉପସ୍ଥିତ ରହି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଘୋଷଣା କରିଥିଲେ।
ଏଥିରେ ଜିଲ୍ଲା ମିଡିଆ ସେଲ୍ ସଂଯୋଜକ ତୌସିଫ୍ ଆଲମଙ୍କ ସମେତ ୧୧ ନମ୍ବର ୱାର୍ଡ କାଉନ୍ସିଲର ଯୁଧିଷ୍ଠିର ମୁଖୀ, ୧୨ ନମ୍ବରର ନିକି କାଲୋ, ୧୦ ନମ୍ବରର ସଞ୍ଜୀବ କିଷାନ, ୭ ନମ୍ବରର ଶକୁନ୍ତଳା ମହନ୍ତ, ୧୭ ନମ୍ବରର ଆଶା ତ୍ରିପାଠୀ, ୮ ନମ୍ବରର ସଞ୍ଜୟ ଯାଦବ, ୩ ନମ୍ବରର ଜ୍ୟୋତିର୍ମୟୀ ପଟ୍ଟନାୟକ...
୧ ନମ୍ବରର ଆର୍ଜିନା ବେଗମ ଓ ୧୮ ନମ୍ବର ୱାର୍ଡ କାଉନ୍ସିଲର କିରଣ ମରାଇ ଉପସ୍ଥିତ ଥିଲେ। କୌଣସି ଦଳ ବିରୋଧୀ କାର୍ଯ୍ୟ ନଥାଇ ହିତେଶଙ୍କୁ ନିଲମ୍ବିତ କରିବା ଏକ ଷଡ଼୍ଯନ୍ତ୍ର ବୋଲି କହିଥିଲେ।
ଏଥି ପାଇଁ ମୁଖ୍ୟତଃ ବ୍ରଜରାଜନଗରର ପୂର୍ବତନ ବିଧାୟିକା ଅଳକା ମହାନ୍ତିଙ୍କ ନେତୃତ୍ୱ ଓ କାର୍ଯ୍ୟଶୈଳୀକୁ ଦାୟୀ କରିଛନ୍ତି। ହିତେଶ ଠକ୍କରଙ୍କ ନିଲମ୍ବନ ସେମାନଙ୍କୁ ଆଘାତ ଦେଇଥିବା ଉପନଗରପାଳ ରୀନା ସୁନା ପ୍ରକାଶ କରିଥିଲେ।
ବେଲପାହାଡ଼ରେ ହିତେଶ ସେମାନଙ୍କୁ ଦିଗଦର୍ଶନ ଦେଇ ଆସୁଥିଲେ।କଂଗ୍ରେସରୁ ନିର୍ବାଚିତ ନଗରପାଳଙ୍କ ମନମୁଖି ଓ ଜନବିରୋଧୀ କାର୍ଯ୍ୟକୁ ବିରୋଧ କରି ଆସୁଥିଲେ। ସେମାନଙ୍କ ୱାର୍ଡରେ ବିକାଶ କାର୍ଯ୍ୟ ହେଉନଥିବାରୁ ବିଭିନ୍ନ ସମୟରେ ପ୍ରତିବାଦ କରିଥିଲେ ମଧ୍ୟ ସ୍ଥାନୀୟ ନେତୃତ୍ୱ ପକ୍ଷରୁ କୌଣସି ସହଯୋଗ ମିଳିନଥିଲା।
ଶେଷରେ ସେମାନେ ବାଧ୍ୟ ହୋଇ ଲୋକଙ୍କ ସ୍ୱାର୍ଥ ପାଇଁ ଅନାସ୍ଥା ପ୍ରସ୍ତାବ ଆଣି ଏଥିରେ ସଫଳ ହେବାକୁ ଯାଉଛନ୍ତି। ଏଥିରେ ହିତେଶ ଠକ୍କର ସହଯୋଗ କରିଥିଲେ। ନିଲମ୍ବନ ପ୍ରତ୍ୟାହାର ହେଲେ ପୁଣି ଦଳରେ ରହିବେ କି ବୋଲି ପ୍ରଶ୍ନ କରାଯିବାରୁ ହିତେଶ ମନା କରି ଦେଇଥିଲେ।
କିଛି ଦିନ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିବା ବ୍ରଜରାଜନଗରର ପୂର୍ବତନ ଉପନଗରପାଳ ଜୟନ୍ତ ଦୀକ୍ଷିତ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।
Edited by k.s thakur...


