ପହଣ୍ଡି ବିଜେ କଲେ ଜଗତର ନାଥ ଜଗନ୍ନାଥ...
ପୁରୀ,୧୬/୦୭(ନି.ପ୍ର) : ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯିବେ କାଳିଆ ସାଆନ୍ତ ।
Ad..
ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଶ୍ରୀମନ୍ଦିରରୁ ରଥାରୁଢ଼ ପାଇଁ ଅଣାଯିବା ପରେ ଭଉଣୀ ସୁଭଦ୍ରାଙ୍କୁ ପହଣ୍ଡିରେ ରୁଢାରୁଣ କରାଯାଇଛି।
ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଛି।ପହଣ୍ଡି ବିଜେ ଆରମ୍ଭ ହୋଇଛି। ଶଙ୍ଖଧ୍ୱନି, ଘଣ୍ଟ, କାହାଳୀ, ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠିଛି ସମଗ୍ର ଶ୍ରୀକ୍ଷେତ୍ର।
Edited by k.s thakur...
Tags:
puri


