ସମ୍ବଲପୁରରେ ତୃଣମୂଳ ସ୍ବାସ୍ଥ୍ୟସେବା : ରାଜ୍ୟ ପର୍ଯ୍ୟବେକ୍ଷଣ ଟିମ୍‌ର ରିପୋର୍ଟକୁ ନେଇ ସମୀକ୍ଷା...

ସମ୍ବଲପୁରରେ ତୃଣମୂଳ ସ୍ବାସ୍ଥ୍ୟସେବା : ରାଜ୍ୟ ପର୍ଯ୍ୟବେକ୍ଷଣ ଟିମ୍‌ର ରିପୋର୍ଟକୁ ନେଇ ସମୀକ୍ଷା...


ଭୁବନେଶ୍ୱର,୨୯/୦୭(ନି.ପ୍ର) : ସମ୍ବଲପୁର ଜିଲ୍ଲାର ୨୬ଟି ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିବା ରାଜ୍ୟ ପର୍ଯ୍ୟବେକ୍ଷଣ ଟିମ୍‌ (State Supportive Supervision Team)ର ରିପୋର୍ଟକୁ ଆଧାର କରି  ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

        Ad..


ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ଵତୀ ଏସ୍‌ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।  ଆଭାସୀ ମାଧ୍ୟମରେ ଜାତୀୟ ସ୍ଵାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶକ ଡ ବୃନ୍ଦା ଡି ଏବଂ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦରଙ୍କ ସମେତ ରାଜ୍ୟ ପର୍ଯ୍ୟବେକ୍ଷଣ ଟିମ୍‌ ଏବଂ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ଯୋଗ ଦେଇଥିଲେ। 

ରିପୋର୍ଟ ଆଧାରରେ,  ଜିଲ୍ଲାର ସ୍ଵାସ୍ଥ୍ୟ ଭିତ୍ତିଭୂମି, ଯନ୍ତ୍ରପାତି ଓ ଜରୁରୀ ସ୍ଵାସ୍ଥ୍ୟ ସେବା ବ୍ୟବସ୍ଥା ସନ୍ତୋଷ ଜନକ ଭାବେ ଉପଲବ୍ଧ ଥିବା ବେଳେ ଆବଶ୍ୟକ ପର୍ଯ୍ୟବେକ୍ଷଣ, କ୍ଲିନିକାଲ୍‌ ପ୍ରାକ୍ଟିସ ଏବଂ ଅନୁଧ୍ୟାନ ସମୟରେ ରହିଥିବା ତ୍ରୁଟିଗୁଡ଼ିକ ସୁଧାର ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ କେତେକ କ୍ଷେତ୍ର ଚିହ୍ନଟ କରାଯାଇଛି, ଯେଉଁଥିରେ ଉଚ୍ଚ ସଙ୍କଟ( ହାଇ ରିସ୍କ) ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କର ନିୟମିତ ସ୍ଵାସ୍ଥ୍ୟ ଅନୁଧ୍ୟାନ କରିବା, ସଂକ୍ରମଣ ପ୍ରତିରୋଧ ଓ ଜୀବାଣୁ ନାଶନ ବ୍ୟବସ୍ଥାରେ ଉନ୍ନତି ଆଣିବା... 

ଜରୁରୀକାଳୀନ ଔଷଧଗୁଡ଼ିକର ନିରବଚ୍ଛିନ୍ନ ଉପଲବ୍ଧତା ସୁନିଶ୍ଚିତ କରିବା, ଯନ୍ତ୍ରପାତିଗୁଡ଼ିକର ରକ୍ଷଣାବେକ୍ଷଣ, ମାନବ ସମ୍ବଳ ତଥା ପ୍ରଶିକ୍ଷଣଗତ ତ୍ରୁଟିଗୁଡ଼ିକର ସମାଧାନ କରିବା ଉପରେ ଗୁରୁତ୍ଵ ଦେବାକୁ ଆଲୋଚନା କରାଯାଇଛି।

ସ୍ଵାସ୍ଥ୍ୟସେବା ପ୍ରଦାନ ଏବଂ ରୋଗୀଙ୍କ ସୁରକ୍ଷାକୁ ଦୃଢ଼ କରିବା ନିମନ୍ତେ ଏକ ସମୟବଦ୍ଧ ୩୦ ଦିନିଆ -୬୦ ଦିନିଆ -୯୦ ଦିନିଆ କାର୍ଯ୍ୟପନ୍ଥା କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

ସମ୍ବଲପୁର ଜିଲ୍ଲାରେ ମାତୃ ଓ ନବଜାତକ ସ୍ଵାସ୍ଥ୍ୟର ଉନ୍ନତି ପାଇଁ ନିୟମିତ ମନିଟରିଂ ଏବଂ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଉପରେ କମିଶନର-ତଥା-ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ।

ସମ୍ବଲପୁର ଜିଲ୍ଲାପାଳ ଏବଂ ଜିଲ୍ଲା ସ୍ଵାସ୍ଥ୍ୟ ଟିମ ସମୀକ୍ଷା ସମୟରେ ସାମ୍ନାକୁ ଆସିଥିବା ସମସ୍ୟାଗୁଡ଼ିକର ସମାଧାନ ସହ ଜିଲ୍ଲାରେ ଏବଂ ବୁର୍ଲାସ୍ଥିତ ଭିମସାର୍‌ରେ ମାତୃ ଓ ଶିଶୁ ସ୍ଵାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଏବଂ ଅନ୍ୟ ସମସ୍ତ ସୁପାରିଶର ପୂର୍ଣ୍ଣ ପାଳନ ନେଇ ପ୍ରତିଶ୍ରୁତି ଦେଇଛନ୍ତି।



Edited by k.s thakur...

Post a Comment

Previous Post Next Post