ବ୍ଲକ ଗ୍ରାଣ୍ଟ କଲେଜକୁ ସରକାର ଟଙ୍କା ଦେବେ ; ଉଚ୍ଚଶିକ୍ଷା ମନ୍ତ୍ରୀ...
ଭୁବନେଶ୍ଵର,୧୧/୦୭(ନି.ପ୍ର) : କେଜିରୁ ପିଜି ମାଗଣା ଶିକ୍ଷା ନେଇ ଦ୍ବନ୍ଦ୍ବ ଲାଗିରହିଥିବା ବେଳେ ଏହାକୁ ଦୂର କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି ଯେ, ପ୍ରଫେସନାଲ୍ ଓ ସେଲ୍ଫ ଫାଇନାନ୍ସିଂ କୋର୍ସ ଛାଡ଼ିଦେଲେ ବାକି ସବୁ ମାଗଣା ରହିବ।
Ad..
ଯୋଜନା ଆରମ୍ଭ ପୂର୍ବରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିଲା । ଯେଉଁ ପିଲାମାନେ ନାମଲେଖା ପାଇଁ ଟଙ୍କା ଦେଇଛନ୍ତି ସେମାନେ ସେମାନଙ୍କ ଫେରସ୍ତ ପାଇବେ।
ଏହା ସହ ବ୍ଲକ ଗ୍ରାଣ୍ଟ କଲେଜକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି ବ୍ଲକ ଗ୍ରାଣ୍ଟ କଲେଜକୁ ସରକାର ଟଙ୍କା ଦେବେ । ପିଲା ଦିଅନ୍ତୁ କି ସରକାର ଦିଅନ୍ତୁ କଲେଜ ଟଙ୍କା ପାଇଲେ ଗଲା।
Edited by k.s thakur...
Tags:
Bhubaneswar


