ସୁଭଦ୍ରା ପାଇଁ ୩ ଲକ୍ଷ ୧୭ ହଜାର ୯୬୬ ଜଣ କରିଛନ୍ତି ନୂଆ ଆବେଦନ : ଉପମୁଖ୍ୟମନ୍ତ୍ରୀ...

ସୁଭଦ୍ରା ପାଇଁ ୩ ଲକ୍ଷ ୧୭ ହଜାର ୯୬୬ ଜଣ କରିଛନ୍ତି ନୂଆ ଆବେଦନ : ଉପମୁଖ୍ୟମନ୍ତ୍ରୀ...


ଭୁବନେଶ୍ଵର,୧୧/୦୭(ନି.ପ୍ର) : ସୁଭଦ୍ରା ପାଇଁ ୩ ଲକ୍ଷ ୧୭ ହଜାର ୯୬୬ ଜଣ ନୂଆ ଆବେଦନ କରିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। 

        Ad..


ଗତକାଲି ଲୋକ ସେବା ଭବନରେ ସୁଭଦ୍ରା ଯୋଜନାର ନୂଆ ଆବେଦନକାରୀଙ୍କ ସମୀକ୍ଷା କରି କହିଛନ୍ତି ଆସନ୍ତା ଜୁଲାଇ ୨୫ ତାରିଖ ମଧ୍ୟରେ ଫିଲ୍ଡ ଇନକ୍ୱାରୀ ବା କ୍ଷେତ୍ର ପରିଦର୍ଶନ କରି ଯାଞ୍ଚ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ଆଗାମୀ ରାକ୍ଷୀ ପୂର୍ଣ୍ଣିମାରେ ପ୍ରାୟ କୋଟିଏ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସୁଭଦ୍ରା କିସ୍ତି ପ୍ରଦାନ କରାଯିବ । ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପରବର୍ତ୍ତୀ କିସ୍ତି ପ୍ରଦାନ କରାଯିବ। ଯେଉଁମାନେ ବିଲକୁଲ ପାଇନାହାଁନ୍ତି ସେମାନେ ମଧ୍ୟ ଏକକାଳୀନ ସୁଭଦ୍ରା କିସ୍ତି ପାଇପାରିବେ। 

ସେହିପରି ଯେଉଁମାନଙ୍କ ବକେୟା କିସ୍ତି ରହିଛି ସେମାନେ ମଧ୍ୟ ବକେୟା କିସ୍ତି ପାଇପାରିବେ । ଆଗାମୀ କିସ୍ତିରେ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ କିସ୍ତି ପ୍ରଦାନ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ପାଇଁ ଡିବିଟି ସକ୍ରିୟ କରଣ, ଇ-କେୱାଇସି, ଫିଲ୍ଡ ଇନକ୍ୱାରୀ, ଏନପିସିଆଇ ମ୍ୟାପିଂ, ପେମେଣ୍ଟ ଫାଇଲର ପ୍ରସ୍ତୁତି ଓ ବ୍ୟାଙ୍କ ସମନ୍ୱୟ ଆଦି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। 

ସମୀକ୍ଷାରୁ ଜଣାଇଯାଇଛି ଯେ ରାଜ୍ୟରେ ଆଉ ୩ ଲକ୍ଷ ୧୭ ହଜାର ୯୬୬ ଜଣ ନୂତନ ହିତାଧିକାରୀ ସୁଭଦ୍ରା କିସ୍ତି ପାଇଁ ଆବେଦନ କରିଛନ୍ତି । ସେହିପରି ୮୨ ହଜାର ୨୬ ଡିବିଟି ସକ୍ରିୟ କରଣ, ୨୮ ହଜାର ୬୨୧ ବାୟୋମେଟ୍ରିକ ଇକେୱାଇସି ଓ ୩ ଲକ୍ଷ ୫୩ ହଜାର ୫୯ଟି ଫିଲ୍ଡ ଇନକ୍ୱାରୀ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି। 

ସେଗୁଡ଼ିକୁ ତୁରନ୍ତ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ସେହିପରି ଯେଉଁ ୨୮ ହଜାର ୬୨୧ ଜଣ ଆବେଦନକାରୀଙ୍କର ସୁଭଦ୍ରା ପୋର୍ଟାଲରେ ଇ-କେୱାଇସି ଦେଖାଉନାହିଁ ସେମାନେ ଜୁଲାଇ ୨୫ ତାରିଖ ସୁଦ୍ଧା ନିକଟସ୍ଥ ଜନ ସେବା କେନ୍ଦ୍ରକୁ ଯାଇ ବାୟୋମେଟ୍ରିକ ଦେଇ ପୁଣି ଥରେ ଇ-କେୱାଇସି କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସେହିପରି ଯେଉଁମାନେ ଅନ୍ୟ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯେପରିକି ୫ ଏକର ଜମି ନ ଥାଇ କିସ୍ତି ପାଇବାରୁ ବାଦ ପଡ଼ିଛନ୍ତି କିମ୍ବା ଆୟକର ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନେ ଫିଲ୍ମ ଇନକ୍ୱାରୀବେଳେ ଅଭିଯୋଗ କରିପାରିବେ। ବ୍ଲକ ସ୍ତରୀୟ କମିଟି ଏସବୁ ସମସ୍ୟାକୁ ବାହାର କରି ଉକ୍ତ ହିତାଧିକାରୀ କିସ୍ତି ପାଇବାକୁ ଯୋଗ୍ୟ କି ନୁହେଁ ତାହା ଯାଞ୍ଚ କରିବେ।



Edited by k.s thakur...

Post a Comment

Previous Post Next Post