ଅଞ୍ଚଳ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଡ. ଦିଗାମ୍ବର ଚାନ୍ଦଙ୍କ ଯୋଗଦାନ...

ଅଞ୍ଚଳ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଡ. ଦିଗାମ୍ବର ଚାନ୍ଦଙ୍କ ଯୋଗଦାନ...


ପଦ୍ମପୁର,୨୧/୦୭(ବିଜୟ କୁମାର ସାହୁ) : ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟରେ ଏକ ଗୌରବମୟ ପରିବେଶ ମଧ୍ୟରେ ଗତ ସୋମବାର ଦିନ ଡ. ଦିଗାମ୍ବର ଚାନ୍ଦ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

         Ad..


କୃଷି ଅର୍ଥନୀତି, ସ୍ଥାୟୀ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ସ୍ୱତନ୍ତ୍ର ପାରଦର୍ଶିତା ରଖିଥିବା ଡ. ଚାନ୍ଦ ଜଣେ ଆଦର୍ଶ ଶିକ୍ଷାବିତ୍ ଭାବେ ବେଶ୍ ପରିଚିତ। 

ପୂର୍ବରୁ ସେ ବାମରା ଟ୍ରଷ୍ଟ ଫଣ୍ଡ କଲେଜରେ ୨୬ ବର୍ଷ ଧରି ଅଧ୍ୟାପକ ଭାବେ ଏବଂ ଲରମ୍ଭା କଲେଜରେ ୫ ବର୍ଷ ଧରି ପ୍ରାଧ୍ୟାପକ ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ତାଙ୍କର ଏହି ଦୀର୍ଘ ଅଭିଜ୍ଞତା ଅନୁଷ୍ଠାନର ପ୍ରଗତି ପାଇଁ ବେଶ୍ ସହାୟକ ହେବ। 

ଦାୟିତ୍ୱ ଗ୍ରହଣ କରିବା ପରେ ସେ ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ଅଧିକ ସୁଦୃଢ଼ କରିବା ତଥା ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ମହାବିଦ୍ୟାଳୟ ପରିବାର ତରଫରୁ ତାଙ୍କୁ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।



Edited by k.s thakur...

Post a Comment

Previous Post Next Post