କଲେଜ ଛାତ୍ରଛାତ୍ରୀ ପଢ଼ିବେ ସେୟାର ମାର୍କେଟ୍‌ ପାଠ...

କଲେଜ ଛାତ୍ରଛାତ୍ରୀ ପଢ଼ିବେ ସେୟାର ମାର୍କେଟ୍‌ ପାଠ...


ଭୁବନେଶ୍ଵର,୩୦/୦୭(ନି.ପ୍ର) : ଏଣିକି କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପଢ଼ାଯିବ ସେୟାର୍ ମାର୍କେଟ୍ ପାଠ। ମାଗଣାରେ ମିଳିବ ମ୍ୟୁଚୁଆଲ ଫଣ୍ଡ, ଇନ୍ୟୁରାନ୍ସ ଓ ଆର୍ଥିକ କାରବାରର ତାଲିମ। 

         Ad..


ଆର୍ଥିକ ସାକ୍ଷରତା ଏବଂ ଚାକିରି ସମ୍ଭାବନାକୁ ବୃଦ୍ଧି କରିବା ପାଇଁ ଓଡ଼ିଶା କଲେଜ ଛାତ୍ରଛାତ୍ରୀମାନଙ୍କ ପାଇଁ ଷ୍ଟକ୍ ମାର୍କେଟ, ମ୍ୟୁଚୁଆଲ୍ ଫଣ୍ଡ, ବୀମା ଏବଂ ବ୍ୟାଙ୍କିଂ କ୍ଷେତ୍ରରେ ମାଗଣା ବୃତ୍ତିଗତ ତାଲିମ ଆରମ୍ଭ କରୁଛି। 

ଏଥିପାଇଁ ରାଜ୍ୟ ସରକାର ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ୍ ସହିତ (NSEIL) ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛନ୍ତି। ଏହି ଚୁକ୍ତି ଅନୁସାରେ ଏନ୍ଏସ୍ଇଆଇଏଲ୍ ରାଜ୍ୟର ବିଭିନ୍ନ କଲେଜରେ ବିକମ୍, ବିବିଏ, ବିଏ, ଏମବିଏ ଓ ଏମକମ୍ ଛାତ୍ରଛାତ୍ରୀଙ୍କୁ ସେୟାର ମାର୍କେଟ୍ ସମ୍ପର୍କରେ ତାମିଲ ପ୍ରଦାନ କରିବ।

ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଆର୍ଥିକ ସେବା କ୍ଷେତ୍ରରେ ଦକ୍ଷ ମାନବଶକ୍ତି ବିକାଶ କରିବା ଏବଂ ଛାତ୍ରଛାତ୍ରୀମାନଙ୍କୁ ବ୍ୟବହାରିକ ଜ୍ଞାନ ଏବଂ ଶିଳ୍ପ-ମୁଖୀ ତାଲିମ ପ୍ରଦାନ କରି ସେମାନଙ୍କୁ ଉନ୍ନତ କ୍ୟାରିଅର ସମ୍ଭାବନା ପାଇଁ ପ୍ରସ୍ତୁତ କରିବା।

ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର, ବ୍ରହ୍ମପୁର, ଭଦ୍ରକ, ଢେଙ୍କାନାଳ, ଜୟପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ରାଉରକେଲା ଓ ସମ୍ବଲପୁରରେ କାର୍ଯ୍ୟକାରୀ ହେବ। ମୋଟ ୯୭ କଲେଜ ଓ ବିଶ୍ୱବିଦ୍ୟାଳୟରେ ଯୋଜନା କାର୍ଯ୍ୟକାରୀ କରାଯିବ। 

ପିଲାଙ୍କୁ ୩୦ ଘଣ୍ଟାର ଏନଆଇଏସଏମ୍ ଏକ ମ୍ୟୁଚୁଆଲ୍ ଫଣ୍ଡ୍ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ କରାଯିବ। ଏଥିପାଇଁ ଜଣେ ନୋଡାଲ୍ ଅଧିକାରୀଙ୍କୁ ମନୋନୀତ କରିବାକୁ ଅନୁରୋଧ ଉଚ୍ଚ ଶିକ୍ଷା ବିଭାଗ ସମସ୍ତ ବିଶ୍ୱବିଦ୍ୟାଳୟ ରେଜିଷ୍ଟାର ଏବଂ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। 

ସମ୍ପୃକ୍ତ ନୋଡାଲ୍ ଅଧିକାରୀ ବାଣିଜ୍ୟ, ପରିଚାଳନା, ଅର୍ଥନୀତି କିମ୍ବା ସମ୍ବନ୍ଧିତ କ୍ଷେତ୍ରର ଜଣେ ଅଧ୍ୟାପକ ହେବା ଉଚିତ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।



Edited by k.s thakur...

Post a Comment

Previous Post Next Post