ବନ୍ୟାରେ ୪ ଜଣଙ୍କର ମୃତ୍ୟୁ ସହ ରାଜ୍ୟର ୬ ଜିଲ୍ଲାର ୪୪ ବ୍ଲକ ପ୍ରଭାବିତ : SRC...
ଭୁବନେଶ୍ଵର,୩୦/୦୭(ନି.ପ୍ର) : ଲଗାଣ ବର୍ଷାରେ ଉବୁଟୁବୁ ଓଡ଼ିଶା। ବାଲେଶ୍ୱର ଠାରୁ ଆରମ୍ଭ କରି ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝରରେ ଜଳ ବିଭୀଷିକା ଦେଖିବାକୁ ମିଳିଛି । ବନ୍ୟାରେ ରାଜ୍ୟର ୬ ଜିଲ୍ଲାର ୪୪ ବ୍ଲକ ପ୍ରଭାବିତ ହୋଇଛି।
Ad..
ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିସନର (SRC)ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବାଲେଶ୍ବରର ୧୨, ଭଦ୍ରକର ୫, ଢେଙ୍କାନାଳର ୮ଟି ବ୍ଲକ, ଯାଜପୁରର ୩, ମୟୂରଭଞ୍ଜର ୧୩, ସମ୍ବଲପୁରର ୩ ବ୍ଲକ୍ ପ୍ରଭାବିତ ହୋଇଛି।
ମୋଟ ୨୩୩ ପଞ୍ଚାୟତର ୭୪୮ ଗାଁ ପ୍ରଭାବିତ ନେଇ ସୂଚନା ମିଳିଛି। ଏଥିସହିତ ୨ ଲକ୍ଷ ୩ ହଜାରରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଢେଙ୍କାନଳ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଅନ୍ୟପଟେ ପାଣି ଘେରରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଜୋରଦାର ଅଭିଯାନ ଚାଲିଛି। ଏପର୍ଯ୍ୟନ୍ତ ୨୭ ହଜାର ୯୬୭ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।ବନ୍ୟାରେ ମାନବୀୟ କ୍ଷତି ମଧ୍ୟ ହୋଇଛି।
Edited by k.s thakur...
Tags:
Bhubaneswar


