ମାଲକାନଗିରିରୁ ୧୦ କୋଟିର ଗଞ୍ଜେଇ ଜବତ, ଖସିଗଲେ ଚାଲାଣକାରୀ...

ମାଲକାନଗିରିରୁ ୧୦ କୋଟିର ଗଞ୍ଜେଇ ଜବତ, ଖସିଗଲେ ଚାଲାଣକାରୀ...


ମାଲକାନଗିରି,୧୨/୦୭(ନି.ପ୍ର) : ମାଲକାନଗିରି ଜିଲ୍ଲାରେ ପୁଣି ଏକ ବଡ଼ ଗଞ୍ଜେଇ ଚାଲାଣ ଧରାପଡ଼ିଛି । କାଲିମେଳା ପୋଲିସ ଚଢ଼ଉ କରି ପ୍ରାୟ ୧ ଟନ୍ ୧୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । 

Ad..



ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି ପୋଲିସ ଆକଳନ କରିଛି।ସୂଚନା ଅନୁସାରେ, ଏହି ଗଞ୍ଜେଇକୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ ମହାରାଷ୍ଟ୍ରକୁ ଚାଲାଣ କରିବାର ଯୋଜନା ଥିଲା।

ତେବେ ପୋଲିସ ଚଢ଼ଉ ପୂର୍ବରୁ ଚାଲାଣକାରୀ ମାନେ ଫେରାର ହୋଇଯାଇଥିଲେ।ଘଟଣାରେ ମାମଲା ରୁଜୁ କରି କାଲିମେଳା ପୋଲିସ ଗଞ୍ଜେଇ ଚାଲାଣ ସହ ଜଡ଼ିତ ପୂରା ନେଟୱର୍କକୁ ଖୋଳତାଡ଼ କରୁଛି।

ଫେରାର ଚାଲାଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ।ଏହି ଜବତ ପରେ ସୀମାନ୍ତ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ଓ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି।



Edited by k.s thakur...

Post a Comment

Previous Post Next Post