ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର ହେଲା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୬୯୩ ଏକର ଭୂ-ସମ୍ପତ୍ତି...

ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର ହେଲା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୬୯୩ ଏକର ଭୂ-ସମ୍ପତ୍ତି...


ପୁରୀ,୧୦/୦୭(ନି.ପ୍ର) : ଶ୍ରୀଜଗନ୍ନାଥ ମନ୍ଦିରର ଜମି ସମ୍ପତ୍ତିର ସୁରକ୍ଷା ପାଇଁ ଚାଲିଥିବା ଅଭିଯାନରେ ଓଡ଼ିଶା ସରକାର ଆଉ ଏକ ସଫଳତା ହାସଲ କରିଛନ୍ତି। ପୁରୀ ଜିଲ୍ଲାର ସତ୍ୟବାଦୀ ତହସିଲରେ ୬୯୩.୧୦୬ ଏକର ଜମି ପାଇଁ ରେକର୍ଡ ଅଫ୍ ରାଇଟ୍ସ (RoR) ର ସଫଳ ସଂଶୋଧନ କରାଯାଇଛି।

            Ad..


ଏହି ସଂଶୋଧନରେ ସତ୍ୟବାଦୀ ତହସିଲର ବିଭିନ୍ନ ମୌଜାର ୩୮ଟି ଖାତାରେ ‘ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ’ ଏବଂ ମର୍ଫତଦାରଙ୍କ ନାମରେ ଥିବା ଜମିର ରେକର୍ଡ ସଂଶୋଧନ କରାଯାଇଛି । 

ଯାହା ଫଳରେ ସତ୍ୟବାଦୀର ବିଭିନ୍ନ ମୌଜା ଅଧୀନରେ ଥିବା ଜମିକୁ ପ୍ରଭୁ ଜଗନ୍ନାଥଙ୍କ ସମ୍ପତ୍ତି ଭାବରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) କୁ ହସ୍ତାନ୍ତର କରାଯାଇଛି।ପୂର୍ବରୁ ୪୫୮.୮୯୬ ଏକର ଜମିର ରେକର୍ଡ ସଂଶୋଧନ ହୋଇଥିବା ବେଳେ, ଏସ୍‌ଜେଟିଏ ଲ୍ୟାଣ୍ଡ ସେଲ୍ ଗଠନ ପରେ ଆଉ ୨୩୪.୨୧ ଏକର ଜମିର ରେକର୍ଡ ମଧ୍ୟ ସଂଶୋଧନ କରାଯାଇଛି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସ୍‌ଜେଟିଏର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି, ମହାପ୍ରଭୁଙ୍କ ଜମିକୁ ଆଇନଗତ ସୁରକ୍ଷା ଦେବା, ଜମି ରେକର୍ଡକୁ ସଠିକ୍ ଭାବେ ସଂରକ୍ଷଣ କରିବା ଏବଂ ଭବିଷ୍ୟତରେ କୌଣସି ବିବାଦକୁ ରୋକିବା ପାଇଁ ସରକାର ଦ୍ରୁତ ଗତିରେ କାମ କରୁଛନ୍ତି।

ହା ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ୪,୭୦୦ ଏକରରୁ ଅଧିକ ଜମିର ରେକର୍ଡ ମହାପ୍ରଭୁଙ୍କ ନାମରେ ସଂଶୋଧନ କରାଯାଇଥିଲା। ସେହିପରି ପିପିଲି ତହସିଲର ୮୨ଟି ଖାତାରେ ଥିବା ୭୭.୨୦ ଏକର ଜମିର ରେକର୍ଡ ମଧ୍ୟ ସଠିକ୍ କରାଯାଇଛି।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କହିବା ଅନୁଯାୟୀ, ମହାପ୍ରଭୁଙ୍କ ଜମିକୁ ସୁରକ୍ଷିତ ରଖିବା, ରାଜସ୍ୱ ପ୍ରଶାସନରେ ସ୍ୱଚ୍ଛତା ଆଣିବା ଏବଂ ଜମି ସମ୍ପର୍କିତ ବିବାଦକୁ ରୋକିବା ପାଇଁ ଏହି ଅଭିଯାନ ଜାରି ରହିବ। ଆଗାମୀ ଦିନରେ ଅନ୍ୟ ତହସିଲରେ ମଧ୍ୟ ଏଭଳି ରେକର୍ଡ ସଂଶୋଧନ କାର୍ଯ୍ୟ ଜାରି ରହିବ ବୋଲି ପ୍ରଶାସନ ସୂଚନା ଦେଇଛି।



Edited by k.s thakur...

Post a Comment

Previous Post Next Post