ଡଙ୍ଗାରେ ମାଛ ଧରିବାକୁ ଯାଇ ଯୁବକ ନିଖୋଜ, ଅଗ୍ନିଶମବାହିନୀର ଉଦ୍ଧାର କାର୍ଯ୍ୟ ଜାରି...

ଡଙ୍ଗାରେ ମାଛ ଧରିବାକୁ ଯାଇ ଯୁବକ ନିଖୋଜ, ଅଗ୍ନିଶମବାହିନୀର ଉଦ୍ଧାର କାର୍ଯ୍ୟ ଜାରି...


ପାଳଲହଡ଼ା,୧୩/୦୬(ନି.ପ୍ର) : ଡଙ୍ଗାରେ ମାଛ ଧରିବାକୁ ଯାଇ ଯୁବକ ନିଖୋଜ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରେଙ୍ଗାଳି ଜଳ ଭଣ୍ଡାରରେ । ନିଖୋଜ ଯୁବକ ଜଣଙ୍କ ପାଲଲହଡ଼ା ବ୍ଲକ ଲାଣ୍ଡିଝରି ଗ୍ରାମର ଅନିଲ ଜାମୁଦା ବୋଲି ଜଣାପଡ଼ିଛି । 

Ad..



ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକ ଲାଣ୍ଡିଝରି ଗ୍ରାମର ଅନିଲ ରେଙ୍ଗାଳି ଜଳଭଣ୍ଡାରକୁ ଡ଼ଙ୍ଗାରେ ମାଛ ମାରିବାକୁ ଯାଇଥିଲେ। 

ଏହି ସମୟରେ ଡଙ୍ଗାଟି ବୁଡ଼ି ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ବହୁତ ଜୋରରେ ପବନ ହେଉଥିବାବେଳେ ମଝି ନଦୀରେ ଡ଼ଙ୍ଗା ସହ ବୁଡ଼ି ଯାଇଥିବା କୁହାଯାଉଛି। 

ଖବରପାଇ ପାଳଲହଡ଼ା ଅଗ୍ନିଶମ ବିଭାଗ ଶୁକ୍ରବାର ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛି। ଖବର ଲେଖା ହେବା ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିପାରିନାହିଁ।



Edited by k.s thakur...

Post a Comment

Previous Post Next Post