ଅମ୍ବାପାଲି ଠାରେ 'ଶିଶୁଶ୍ରୀ'ର 'ଆସ ଆମେ ପଢ଼ିବା' କାର୍ଯ୍ୟକ୍ରମ...
ବରଗଡ଼,୧୩/୦୬(ବିଜୟ କୁମାର ସାହୁ) : ଗ୍ରୀଷ୍ମାବକାଶ ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ପାଇଁ ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର ତରଫରୁ ଆୟୋଜିତ 'ଆସ ଆମେ ପଢ଼ିବା' କାର୍ଯ୍ୟକ୍ରମ ସ୍ଥାନୀୟ ଅମ୍ବାପାଲି ସ୍ଥିତ ରଜକ ସମାଜର ବାବା ଧବଳେଶ୍ଵର ଙ୍କ ମନ୍ଦିର ପରିସର ମଧ୍ୟରେ ଆୟୋଜିତ ହୋଇ ଯାଇଛି।
Ad..
ଜିଲ୍ଲା ରଜକ ସମାଜର ସଭାପତି ଅର୍ଜୁନ ସେଠ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କାଉନସିଲର ଦୀପାଞ୍ଜଳି ବାଗ ଯୋଗଦେଇ ଶିଶୁଶ୍ରୀର ପ୍ରୟାସ ଓ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମାଗଣା ଶିକ୍ଷାଦାନକୁ ପ୍ରଶଂସା କରିଥିଲେ।
ଛାତ୍ରଛାତ୍ରୀ ମାନଙ୍କୁ ଗୀତ, ନାଚ, ଖେଳ, କୌତୁକ, ଗପ ଓ ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ମାଧ୍ୟମରେ ମନୋରଞ୍ଜନ କରାଯିବା ସହିତ ଶିକ୍ଷାଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମୀନା ପଣ୍ଡା , ସାମାଜିକ କର୍ମୀ ସଙ୍ଘମିତ୍ରା ପଟେଲ, ଶିକ୍ଷକ ଡ଼ ଡୋଳାମଣି ଶତପଥୀ...
ପଣ୍ଡିତ କପିଲ ବାଗ୍, ସୁବାସ ଚନ୍ଦ୍ର ସାହୁ, ଦୁଃଖି ସେବକ ସାହୁ, ସୁଜାତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଖେଳ, କୌତୁକ, ଗପ, କବିତା ମାଧ୍ୟମରେ ପିଲାମାନଙ୍କର ମନୋରଂଜନ କରିବା ସହିତ ଶିକ୍ଷାଦାନ କରିଥିଲେ।
ଶିଶୁଶ୍ରୀ'ର ସଂଯୋଜକ ପଣ୍ଡିତ ଗୋପବନ୍ଧୁ ପୁରୋହିତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଡ଼ ଡୋଳାମଣି ଶତପଥୀ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ଉପାଦେୟତା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ କବିତା ମାଧ୍ୟମରେ ବୁଝାଇଥିଲେ।
ରଜକ ସମାଜର କର୍ମକର୍ତ୍ତାଙ୍କ ମଧ୍ୟରୁ ଲୁକୁ ସେଠ, ମାଲୁ ସେଠ ତରଣୀସେନ ସେଠ, ନନ୍ଦିନୀ ମାଝୀ, ହେମନ୍ତ ସେଠ୍ ଅରୁଣ ସେଠ,ସମାରୁ ସେଠ,ଜଗନ୍ନାଥ ସେଠ,ପ୍ରମୁଖ କାର୍ଯ୍ୟକ୍ରମର ସଫଳତାରେ ସହଯୋଗ କରିଥିବା ବେଳେ ଜିଲ୍ଲା ରଜକ ସେବା ସମିତି ର ସମ୍ପାଦକ ଆନନ୍ଦ ସେଠ ଧନ୍ୟବାଦ୍ ଅର୍ପଣ କରିଥିଲେ।
Edited by k.s thakur...


