ଅଭିଯୁକ୍ତକୁ ଗିରଫ ଦାବିରେ ମଶାଲ ଶୋଭାଯାତ୍ରା...

ଅଭିଯୁକ୍ତକୁ ଗିରଫ ଦାବିରେ ମଶାଲ ଶୋଭାଯାତ୍ରା...


ନବରଂଗପୁର,୦୩/୦୬(ନି.ପ୍ର): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳରେ ଗତ ୨୧ ତାରିଖ ଦିନ ଲୋଧିଆପଡ଼ା ଠାରେ ରାଇଘର ଅଞ୍ଚଳର କିଛି ଗୋପାଳ ସମ୍ପ୍ରଦାୟ (ଗୋପାଳ ଓ ଆଦିବାସୀ)ର ଦଳିତ ବାଙ୍ଗୀୟ ଚାଷୀ ନିଜ ବଳଦକୁ ନିଜ ଗାଁକୁ ନେଇଁ ଯାଉଥିବା ସମୟରେ...

Ad..



ନିରୀହ ଚାଷୀଙ୍କ ଉପରେ ଗୋରକ୍ଷା ନାମରେ ଏକ ଗୋଷ୍ଠୀର ଲୋକେ ଆଣ୍ଠେଇବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ପାଲଟି ଥିବାବେଳେ ଆଜକୁ ଏଗାର ଦିନ ହେବ ପୁଲିସର ନିଷ୍କ୍ରିୟତା ଆହୁରି ଜଟିଳ ଆଡ଼କୁ ଟାଣି ନେଉଛି। 

ଏହି କ୍ରମରେ ବିଗତ ଦିନରେ ଚନ୍ଦାହାଣ୍ଡି ଏସଟି,ଏସସି ଓ ପଛୁଆ ବର୍ଗ ତରଫରୁ ଥାନା ଘେରାଉ କରିଥିବା ବେଳେ କଂଗ୍ରେସ ଏବଂ ବିଜେଡିର ଏକ ପ୍ରତିନିଧି ଦଳ ଘଟଣା ସବିଶେଷ ଅନୁସନ୍ଧାନ କରିବା ସହ ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି। 

ଗତକାଲି ପୁଣି ଚନ୍ଦାହାଣ୍ଡି ଅଂଚଳର ଏସଟି ଏସସି, ପଛୁଆ ବର୍ଗର ଶତାଧିକ ଯୁବକ ସ୍ଥାନୀୟ ଆମ୍ବେଦକର ଛକ ଠାରୁ ଥାନା ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା କରି ଅଭିଯୁକ୍ତଙ୍କ ଗିରଫ ଦାବି କରିଥିଲେ।ଗତକାଲି ବିଜେଡିର ଏକ ପ୍ରତିନିଧି ଦଳ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ନେତୃତ୍ବରେ ରାଇଘର ବ୍ଲକ ସ୍ଥିତ ପୀଡିତଙ୍କ ହଳଦୀ ଗ୍ରାମ ଗସ୍ତ କରି ସବିଶେଷ ତଥ୍ୟ ଅନୁଧ୍ୟାନ କରିଥିଲେ। 

ପ୍ରତିନିଧି ଦଳର ସଦସ୍ୟମାନଙ୍କ କହିବା ଅନୁସାରେ ଘଟଣା ଅତ୍ୟନ୍ତ ବର୍ବରଚିତ ହୋଇଥିବା ବେଳେ ଏହି କାଣ୍ଡ ଭିଆଇ ଥିବା ଅସାମାଜିକ ଯୁବକମାନେ ମାନବିକତାର ଶେଷ ସୀମା ଟପି ଯାଇଛନ୍ତି। 

ଗୋପାଳ ସମ୍ପ୍ରଦାୟର କୌଳିକ ବୃତ୍ତି ଗାଇ ଚରେଇବା, ଗୋ ପାଳନ କରିବା ହୋଇଥିବା ବେଳେ ଗୋରକ୍ଷା ନାରେ ଗୋପାଳଙ୍କୁ ଆକଥନିଅ ଅତ୍ୟାଚାର କରିବା ସହ ଆଣ୍ଠେଇ ଆଣ୍ଠେଇ ୪୪ଡିଗ୍ରି ଖରାରେ ଚଲେଇବା ସହ ତାଙ୍କ ଗୁପ୍ତାଙ୍ଗରେ କଣ୍ଟା ଗେଞ୍ଜିବା ଆଦି ଅମାନୁଷିକ କାର୍ଯ୍ୟ ସଭ୍ୟ ସମାଜରେ କଦାପି ଗ୍ରହଣୀୟ ନୁହଁ ବୋଲି କହିଥିଲେ।

ଅନ୍ୟପକ୍ଷରେ ପୁଲିସ ଏନେଇ ସରକାରୀ ଦଳର ଚାପରେ ହାତରେ ହାତ ବାନ୍ଧି ବସିବା ଆହୁରି ସମସ୍ତଙ୍କୁ ଚକିତ କରିଛି ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି। 

ଏହା ପରେ ପ୍ରତିନିଧି ଦଳ ଚନ୍ଦାହାଣ୍ଡି ଥାନା ଗସ୍ତ କରି ଉମରକୋଟ ଏସ୍‌ଡିପିଓ ଶୁଭେନ୍ଦୁ ଶବରଙ୍କୁ କିଭଳି ଭାବରେ ଏଭଳି ଏକ ସ୍ପର୍ଶ କାତର ପ୍ରସଙ୍ଗକୁ ପୁଲିସ ଦବେଇ ଦେବାକୁ ଉଦ୍ୟମ କରିବା ସହ ଉପଯୁକ୍ତ ଧାରା ନଲଗେଇ ଅଭିଯୁକ୍ତଙ୍କୁ ସୁହାଇଲା ଭଳି ଧାରା ଲଗେଇବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଥିଲେ। 

ଏଥି ସହ ଆଗାମି ଏକ ସପ୍ତାହ ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନଗଲେ ବିଜୁ ଜନତା ଦଳ ତରଫରୁ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରା ପୂର୍ବକ ଚନ୍ଦାହାଣ୍ଡି ଥାନା ଘେରାଉ କରାଯିବ ବୋଲି କମିଟିର ଅଧ୍ୟକ୍ଷ ମନୋହର ରନ୍ଧାରୀ ଚେତାବନୀ ଦେଇଛନ୍ତି।

ପୂର୍ବତନ ସାଂସଦ ରମେଶ ମାଝୀ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ନବରଙ୍ଗପୁର ଭଳି ଶାନ୍ତି ପ୍ରିୟ ଜିଲ୍ଲାରେ ଏଭଳି ଘଟଣା କେବେ ଘଟି ନଥିବାବେଳେ ବିଜେପି ସରକାରକୁ ଆସିବା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବା ଅଭିଯୋଗ କରିବା ସହ ଘଟଣାର ମାଷ୍ଟର ମାଇଣ୍ଡ ସହ ସମସ୍ତ ଅଭିଯୁକ୍ତ କୁ ଗିରଫ କରିବାକୁ ଦାବି କରିଥିଲେ। 



Edited by k.s thakur...

Post a Comment

Previous Post Next Post