ପ୍ରଫେସର ଅବନୀ ବରାଳ ଙ୍କ ୯୨ତମ ଜୟନ୍ତୀ ପାଳିତ...

ପ୍ରଫେସର ଅବନୀ ବରାଳ ଙ୍କ ୯୨ତମ ଜୟନ୍ତୀ ପାଳିତ...


ପଦ୍ମପୁର,୦୪/୦୬(ବିଜୟ କୁମାର ସାହୁ) : ଓଡିଶା ର ଶିକ୍ଷା ଓ ଶିକ୍ଷକ ଆନ୍ଦୋଳନ ର  ପୁରୋଧା, ବିଶ୍ୱ ଶିକ୍ଷକ ମହାସଂଘ ର ପ୍ରାକ୍ତନ ଉପସଭାପତି, ତଥା ସାରସ୍ୱତ ସାଧକ ଦିବଂଗତ ପ୍ରଫେସର  ଅବନୀ ବରାଳ ଙ୍କ ୯୨ ତମ ଜନ୍ମଦିନ ଉପଲକ୍ଷେ ଅଦ୍ୟ ଜୁନ ୩ ତାରିଖରେ ସ୍ଥାନୀୟ ଶିକ୍ଷକ ଭବନ...

      Ad..


ଶାନ୍ତି ନଗର, ପଦ୍ମପୁର  ଠାରେ ଓଡିଶା ପଛୁଆ ଅଂଚଳ ବେସରକାରୀ କଲେଜ ଶିକ୍ଷକ କର୍ମଚାରୀ ସଂଘ ଓ ଶିକ୍ଷକ ମହାସଂଘ ବରଗଡ଼ ଜିଲ୍ଲା ଶାଖା ଆନୁକୂଲ୍ୟରେ  ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। 

ବରଗଡ଼ ଜିଲ୍ଲା  ଓଷ୍ଟା ର ପୂର୍ବତନ ସଭାପତି ପ୍ରୀତି ରଞ୍ଜନ ପ୍ରଧାନଙ୍କ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପ୍ରୋକ୍ତ ଉତ୍ସବ ରେ ସଂଘ ର ଜିଲ୍ଲା ସଂଯୋଜକ  ପ୍ରାଧ୍ୟାପକ ବିଦ୍ୟାଧର ଦାଶ, ମୂଖ୍ୟ ଅତିଥି ଓଷ୍ଟା ର ପୂର୍ବତନ ରାଜ୍ୟ ଉପଦେଷ୍ଟା ସତ୍ୟନାରାୟଣ ତ୍ରିପାଠୀ... 

ସମ୍ମାନିତ ଅତିଥି ଅବସର ପ୍ରାପ୍ତ ଶିକ୍ଷକ ଶାନ୍ତି ସ୍ୱରୂପ ପୁରୋହିତ,ପ୍ରାଧ୍ୟାପକ ଶଙ୍କର୍ଲାଲ୍ ଭୋଇ, ପ୍ରାଧ୍ୟାପକ ଉମାକାନ୍ତ ସାହୁ, ଅଧ୍ୟାପକ ନବୀନ କୁମାର ବାରିକ, ଶିକ୍ଷକ ନେତା ଟିକନୁ ସାହୁ, ଓଷ୍ଟା ର ପଦ୍ମପୁର ବ୍ଲକ ସମ୍ପାଦକ ରବିଶଙ୍କର ପ୍ରଧାନ,ଯୁବ ସମାଜ ସେବୀ ମିଳନ କୁମାର ପଣ୍ଡା ପ୍ରମୁଖ  ଉପସ୍ଥିତ ଥିଲେ। 

ଓଡିଶା ତଥା ବିଶ୍ୱ ର ଶିକ୍ଷା ଓ ଶିକ୍ଷକ ଙ୍କ ଉନ୍ନତି ତଥା ସାହିତ୍ୟ କ୍ଷେତ୍ର ରେ ପ୍ରଫେସର ବରାଳ ଙ୍କ ଉଲ୍ଲେଖନୀୟ ଯୋଗଦାନ ସମ୍ପର୍କରେ ବକ୍ତା ମାନେ ଆଲୋଚନା କରିଥୁଲେ।ରବି ଶଙ୍କର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।



Edited by k.s thakur...

Post a Comment

Previous Post Next Post