କଣ୍ଟାବାଞ୍ଜି ଟ୍ରକ ମାଲିକ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ...
କଣ୍ଟାବାଞ୍ଜି,୦୨/୦୬(ନି.ପ୍ର): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ କୃଷି ମହାବିଦ୍ୟାଳୟ ଏବଂ ଇଂଜିନିୟରିଂ କଲେଜ ସ୍ଥାପନ କରିବା ପାଇଁ ଦାବି ଜୋର ଧରିଛି। କଣ୍ଟାବାଞ୍ଜି ଟ୍ରକ ମାଲିକ ସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ନିକଟରେ ଏହି ଦାବି ଉପସ୍ଥାପନ କରାଯାଇଛି।
Ad..
ସଂଘ ଚେତାବନୀ ଦେଇଛି ଯେ, ଯଦି ସରକାର ଦାବି ପୂରଣ ନ କରନ୍ତି, ଆଗାମୀ ଦିନରେ ସ୍ଥାନୀୟ ଅନୁଷ୍ଠାନର ସହଯୋଗରେ ବ୍ୟାପକ ଆନ୍ଦୋଳନ କରାଯିବା ସହ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯିବ । ପ୍ରକାଶ ଯେ, ସରକାର ବଲାଙ୍ଗୀର ଜିଲ୍ଲାରେ ଉକ୍ତ ଦୁଇଟି ମହାବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ସ୍ଥିର କରିଛନ୍ତି।
ଭୌଗୋଳିକ ଓ ଶିକ୍ଷାଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି କଣ୍ଟାବାଞ୍ଜି ଅଞ୍ଚଳରେ ନିହାତି ଭାବେ ଗୋଟିଏ କଲେଜ ପ୍ରତିଷ୍ଠା କରାଯିବା ଉଚିତ ବୋଲି ମତ ପ୍ରକାଶ ପାଇଛି। ଏଣୁ ଅନ୍ତତଃ ପକ୍ଷେ ଗୋଟିଏ କଲେଜ କଣ୍ଟାବାଞ୍ଜିକୁ ପ୍ରଦାନ କରନ୍ତୁ ବୋଲି ସଙ୍ଘ ଦାବି କରିଛି ।
ତେବେ ଦାବି ପ୍ରତି ରାଜ୍ୟ ସରକାର ଗୁରୁତ୍ଵ ନଦେଲେ ଆଗାମୀ ଦିନରେ ସହରର ସମସ୍ତ ବ୍ୟବସାୟିକ ସଂଘ, ସାମାଜିକ ଅନୁଷ୍ଠାନ ଓ ସାଧାରଣ ଜନତାଙ୍କ ପକ୍ଷରୁ କଣ୍ଟାବାଞ୍ଜି ବନ୍ଦ କରାଯିବ ଏବଂ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।
ସାମ୍ବାଦିକ ସମ୍ମିଳନୀରେ ଟ୍ରକ ମାଲିକ ସଂଘ ସଭାପତି ପ୍ରଭଜିତ ସିଂ ସାଲୁଜା, ଉପସଭାପତି ଅନିଲ ଅଗ୍ରୱାଲ, ଅଲେଖ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Edited by k.s thakur...


