କ୍ୱାକ୍ ର ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ରୋଗୀ ମୃତ୍ୟୁ !...
ମୁରିବାହାଲ,୦୫/୦୬(ଶଙ୍କର ମାଝୀ) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅର୍ନ୍ତଗତ ପତ୍ରାପାଲି-କ ପଞ୍ଚାୟତ ଅଇଁଲାଭଟ୍ଟା ଗାଁ ର ଜଣେ ବ୍ୟକ୍ତି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସେ ସ୍ଥାନୀୟ କ୍ଵକ୍ କୁ ଖବର ଦେଇଥିଲେ।
Ad..
ଏବଂ ଖବର ପାଇ ଲିମପରା ଗାଁ ର ଶ୍ୟାମ ସାହୁ ନାମକ ଜଣେ କ୍ୱ!କ୍ ତାଙ୍କୁ ଚିକିତ୍ସା କରିଥିଲେ। ତାଙ୍କ ଘରକୁ ଯାଇ ଇଞ୍ଜେକ୍ସନ ଦେଇଥିବା ପରିବାର ଲୋକେ ଯାହା ପ୍ରକାଶ କରିଛନ୍ତି। ଏବଂ ଯାହା ଫଳରେ ଦକ୍ଷଲାଳ ମହାନନ୍ଦ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଆହୁରି ଜଟିଳ ହୋଇଯାଇଥିଲା।
ତାଙ୍କ ଚିକିତ୍ସା ପାଇଁ ତାଙ୍କ ପରିବାର ଲୋକେ କଣ୍ଟାବାଞ୍ଜି ଡାକ୍ତରଖାନା କୁ ଆଣିଥିଲେ। କିନ୍ତୁ କଣ୍ଟାବାଞ୍ଜି ଡାକ୍ତରଖାନା ରେ ତାଙ୍କ ମୃତ୍ୟୁ ଘୋଷଣା କରିଛନ୍ତି ଡ଼ାକ୍ତର।ବଲାଙ୍ଗୀର ଜିଲ୍ଲାର ଗ୍ରାମାଞ୍ଚଳରେ ଦିନକୁ ଦିନ କ୍ୱାକ୍ ମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ଏହା ଜନସାଧାରଣଙ୍କ ଜୀବନ ସହ ଖେଳ ସଦୃଶ ହୋଇଛି।
ଏହି ଘଟଣାରେ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ହସ୍ତକ୍ଷେପ କରି ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
Edited by k.s thakur...


