ମହାନଦୀ ଜଳକୁ ଛତିଶଗଡକୁ ଦାନକରି ପ୍ରଧାନମନ୍ତ୍ରୀ ଓଡିଶାରେ ପାଳିବେ ଉତ୍ସବ : ଭକ୍ତ ଦାସ...

ମହାନଦୀ ଜଳକୁ ଛତିଶଗଡକୁ ଦାନକରି ପ୍ରଧାନମନ୍ତ୍ରୀ ଓଡିଶାରେ ପାଳିବେ ଉତ୍ସବ : ଭକ୍ତ ଦାସ...

ଭୁବନେଶ୍ଵର,୦୪/୦୬(ନି.ପ୍ର): ଦଶନ୍ଧି ଦଶନ୍ଧିର ଛତିଶଗଡ ସହ ଆମ ରାଜ୍ୟ ଓଡ଼ିଶାର ବୃହତ ସ୍ୱାର୍ଥ ସମ୍ବଳିତ ମହାନଦୀ ଜଳବିବାଦ ବିଷୟ ଓ ଏହି ନଦୀର ଜଳକୁ ବେସରକାରୀ କମ୍ପାନୀମାନଙ୍କ ହାତରେ ସମ୍ପୂର୍ଣ ଟେକି ଦେବାକୁ ନେଇ...
Ad..


ପିସିସି ଗଣମାଧ୍ୟମ ବିଭାଗ ତରଫରୁ ବିଭାଗୀୟ ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନଠାରେ ଏକ ମହତ୍ଵପୁର୍ଣ ସାମ୍ବାଦିକ ସମ୍ବିଳନୀ ଆୟୋଜନ ହେଇଥିଲା।ଏହି ସମ୍ବିଳନୀରେ ଯୋଗଦାନ କରି ପିସିସି ସଭାପତି ଭକ୍ତ ଚରଣ ଦାସ ମହାନଦୀ ଜଳ ବିବାଦକୁ ନେଇ ସରକାରଙ୍କୁ ତୀବ୍ର ଭର୍ସନା କରିଥିଲେ। 

ସେ କହିଥିଲେ, ସରକାର କହୁଛନ୍ତି, ମହାନଦୀ ଜଳକୁ ନେଇ ଆମର ଛତିଶଗଡ ସହିତ କୌଣସି ବିବାଦ ନାହିଁ । ଯଦି ଏହା ସତ୍ୟ ତେବେ ଜୁଲାଇ ୨୯, ୨୦୨୫ ରେ ବିଧାନସଭାରେ ଜୈନକ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ, ମୁଖ୍ୟମନ୍ତ୍ରୀ କହିଥିଲେ, ମହାନଦୀର ଉପର ମୁଣ୍ଡରେ ୪୧ ଗୋଟି ବୃହତ ଓ ମଧ୍ୟମ ଧରଣର ପ୍ରକଳ୍ପ ଏବଂ...

୧୮୭୪ ଗୋଟି କ୍ଷୁଦ୍ର ଏବଂ ଅନ୍ୟାନ୍ୟ ନଦୀ ଜଳ ପ୍ରକଳ୍ପ ତିଆରି ହେଇଥିଵାରୁ ଅଣ ମୌସୁମୀ ସମୟରେ ମହାନଦୀରେ ଜଳ ହ୍ରାସ ପାଉଛି, ଏହା ମୁଖ୍ୟମନ୍ତ୍ରୀ କାହିଁକି କହିଥିଲେ ?ରାଜ୍ୟର ବିଭିନ୍ନ ଶିଳ୍ପକୁ ମହାନଦୀର ଜଳ ଯୋଗାଇ ଦିଆ ଯାଉଛି। 

ପ୍ରତ୍ୟେକ ଶିଳ୍ପ ୫୦ ହଜାରରୁ ଲକ୍ଷେ କ୍ୟୁବିକ ମିଟର ଜଳ ବ୍ୟବହାର କରୁଛନ୍ତି  । ବର୍ତ୍ତମାନ ଛତିଶଗଡ ଓ ଓଡିଶାରେ ବିଜେପି ସରକାର ରହିବା ସହ କେନ୍ଦ୍ରରେ ମଧ୍ୟ ବିଜେପି ସରକାର ଅଛି ଯଦି ପ୍ରଧାନମନ୍ତ୍ରୀ ଚାହିଁବେ ଗୋଟିଏ ଦିନରେ ମହାନଦୀ ଜଳ ବିବାଦର ସମାଧାନ ହୋଇପାରିବ। 

ମହାନଦୀର ଜଳକୁ ଛତିଶଗଡ ହାତରେ ଟେକି ଦେଇ ରାଜ୍ୟର ବୃହତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ପ୍ରଧାନମନ୍ତ୍ରୀ ମହୋଦୟ ଓଡିଶାକୁ ସରକାରଙ୍କ ପୂର୍ତ୍ତି ଉତ୍ସବ ପାଳନ କରିବାକୁ ଆସୁଛନ୍ତି। 

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ଆମେ ସ୍ୱାଗତ କରୁଛୁଁ କିନ୍ତୁ ମହାନଦୀ ଜଳ ବିବାଦର ସମାଧାନ କରିବାକୁ ପଡିବ ନହେଲେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ ବୋଲି ଭକ୍ତ ଦାସ କହିଛନ୍ତି।

ସେ ଆଉ ମଧ୍ୟ କହିଛନ୍ତି ଅନୁସୂଚିତ ଜାତି ଜନଜାତି ପାଇଁ ସଂରକ୍ଷଣକୁ ୧୧%ରୁ ୨୨%କୁ ବୃଦ୍ଧି କରିଛନ୍ତି ଯାହା ସ୍ୱାଗତ ଯୋଗ୍ୟ କିନ୍ତୁ ଯାହା ପ୍ରାବଧାନ ଅଛି ତାହା ୨୭% ସରକାର କଲେ ନାହିଁ କାହିଁକି ? ଦଳିତ ଆଦିବାସୀ ପିଲାମାନେ ପାଠ ପଢିବାକୁ ସୁଯୋଗ ପାଇବେ ଭଲ କଥା ତେବେ ସରକାରୀ ସ୍ତରରେ ସମସ୍ତ ବିଭାଗରେ ଆଜିକାଲି ଚୁକ୍ତିଭିତ୍ତିକ ଚାକିରୀର ଧାରା ଆରମ୍ଭ ହୋଇଛି। 

ସରକାରୀ ଚାକିରି ଆଉ ବାହାରୁ ନାହିଁ, ଏଭଳି ସ୍ଥଳେ ତାଙ୍କ ପଢ଼ାର ମୂଲ୍ୟ କଣହେବ! ସରକାର ଆଜି ସମସ୍ତ କ୍ଷେତ୍ରରେ ଫେଲ ମାରିଛି । ବେକାରୀ ସମସ୍ୟା ଅହେତୁକ ଭାବରେ ବୃଦ୍ଧି ପାଇଛି । ଆଜି ଛାତ୍ର ଓ ଯୁବସମାଜ ବା ଜେନଜି ମଧ୍ୟ୍ୟରେ ଘୋର ଅସନ୍ତୋଷର ବାତାବରଣ ଦେଖା ଯାଇଛି। 

ଆଗାମୀ ଦିନରେ ଏକ ବଡ ବିପ୍ଳବର ସୂଚନା ସ୍ପଷ୍ଟ ଜଣା ପଡୁଛି।ପୂର୍ବତନ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ସମ୍ମିଳନୀରେ ନିଜ ବ୍ୟକ୍ତବ୍ୟରେ କହିଥିଲେ, କଂଗ୍ରେସ ସରକାର ସମୟରେ ଜଳ ବିବାଦ ସମସ୍ୟା ଗୁଡିକୁ ଆମେ ସୁଚାରୁ ରୂପେ ସମାଧାନ କରୁଥିଲୁ । 

ମହାନଦୀ ଜଳ ଓ ବିଦ୍ୟୁତକୁ ନେଇ ତତ୍କାଳୀନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂହଙ୍କ ସହିତ ଏକ ଚୁକ୍ତି ସ୍ଵାକ୍ଷରିତ ହେଇଥିଲା ଯାହା ଫଳରେ ଓଡିଶା ଅଧିକ ଲାଭାନ୍ୱିତ ହେଉଥିଲା । ମାଛକୁଣ୍ଡ ଜଳ ବିଦ୍ୟୁତ ଯୋଜନାର ଚୁକ୍ତି ଅନୁଯାଇ ଆନ୍ଧ୍ରପ୍ରଦେଶ ୭୦ ଓ ଓଡିଶା ୩୦ ଭାଗ ବିଦ୍ୟୁତ ବଣ୍ଟନ କରିବାର ନିୟମ ରହିଥିଲା । 

କଂଗ୍ରେସ ସରକାର ଉଦ୍ୟମରେ ପଚାଶ ପଚାଶ ଭାଗକୁ ତାହା ପରିବର୍ତନ ହୋଇଥିଲା । ବୈତରଣୀର ପାଣି ଶୁଖିଗଲାଣି, ନଦୀର ସମସ୍ତ ପାଣିକୁ କମ୍ପାନୀ ମାନଙ୍କୁ ଦାନ କରି ଦିଆଯାଇଛି। ଖଣିଜ ଦ୍ରବ୍ୟ ପଠାଇବା ପାଇଁ ପାଇପ ଯୋଗେ ବୈତରଣୀ ପାଣି ବ୍ୟବହାର କରି ପାରାଦ୍ୱୀପ ପଠାଯାଉଛି। 

ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ ପାଇଁ ସରକାର ଆଗ୍ରହ ନୁହନ୍ତି । ଦାକ୍ଷିଣାତ୍ୟ ରାଜ୍ୟ ମାନଙ୍କରେ କୌଣସି ଜଳ ବିବାଦ ଦେଖାଗଲେ ସେ ରାଜ୍ୟର ସମସ୍ତ ରାଜନୈତିକ ଦଳ ଏକଜୁଟ ହୋଇ ଯାଆନ୍ତି । 

ନିଜ ରାଜ୍ୟ ସ୍ୱାର୍ଥ ପାଇଁ ସମସ୍ୱରରେ ଲଢେଇ କରନ୍ତି କିନ୍ତୁ ଦୁଃଖର କଥା, ଓଡିଶାରେ ରାଜ୍ୟର ସ୍ୱାର୍ଥକୁ ନେଇ ରାଜନୈତିକ ଦଳଙ୍କ ଭିତରେ ଏକତା ନାହିଁ।ସାମ୍ବାଦିକ ସମ୍ମିଳନୀର ଅଧ୍ୟକ୍ଷତା କରୁଥିବା ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ...

ମହାନଦୀ ଜଳ ବିବାଦ ଦ୍ୱାରା ରାଜ୍ୟରେ ଉପୁଜିଥିବା ବହୁମୁଖୀ କ୍ଷତି ଉପରେ ଆଲୋକପାତ କରିବା ସହ ମହାନଦୀ ଟ୍ରିବ୍ୟୁନାଲର ଦୋମୁହାଁ ନୀତି ଉପରେ ସୂଚନା ଦେଇଥିଲେ । ଏହି ସମ୍ମିଳନୀରେ ପିସିସି ମୁଖପାତ୍ର ରଜନୀ କୁମାର ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ।




Edited by k.s thakur...

Post a Comment

Previous Post Next Post