ଚାରି ଦିନ ପରେ କୂଅ ଭିତରୁ ଉଦ୍ଧାର ହେଲେ ଜୀବନ୍ତ ମଣିଷ...

ଚାରି ଦିନ ପରେ କୂଅ ଭିତରୁ ଉଦ୍ଧାର ହେଲେ ଜୀବନ୍ତ ମଣିଷ...


ବରଗଡ଼,୧୨/୦୬(ବିଜୟ କୁମାର ସାହୁ) : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲାଇପଦର ନର୍ସରୀ ରେ ଥିବା ନିଛାଟିଆ କୁଅ ରେ ଏକ ଜୀବନ୍ତ ବ୍ୟକ୍ତି ଙ୍କୁ ଜୀବନ୍ତ ଉଦ୍ଧାର କରଯାଇଛି । 

       Ad..


ଉଦ୍ଧାର ବ୍ୟକ୍ତି ଙ୍କ କହିବାନୁସାରେ ଗତ ରବିବାର ଦିନ ପୂର୍ବାହ୍ନ ପ୍ରାୟ ୩ ଘଣ୍ଟା ସମୟ ରେ ୫ଜଣ ବ୍ୟକ୍ତି ଉକ୍ତ ବ୍ୟକ୍ତି କୁ ମାଡ଼ ମାରି ମରିଗଲା ଭାବି କୁଅ ରେ ଫିଙ୍ଗି ଚାଲି ଯାଇଥିଲେ।କୂଅ ଭିତରେ ଉକ୍ତ ବ୍ୟକ୍ତି ଚାରି ଦିନ ହେଲା ଭୋକ ଉପାସ ରେ ଛଟ ପଟ ହୋଇ ଜୀବନ ସହ ଲଢେଇ କରି ବଞ୍ଚିଥିଲେ। 

ଜୈବ ଯୋଗକୁ ସମଲାଇପଦର ଗ୍ରାମ ର ଏକ ବ୍ୟକ୍ତି କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ କୁଅ ରେ ପଡ଼ି ଥିବା ବ୍ୟକ୍ତି ଭଗବାନ ଙ୍କୁ ଡାକି ରଡ଼ିଛାଡୁଥିବା ଶୁଣି କିଛି ବ୍ୟକ୍ତି କୁ ଗ୍ରାମକୁ ଯାଇ ଜଣାଇ ଥିଲେ ପରେ ଗ୍ରାମବାସୀ ଆସି ପୋଲିସ ଓ ଅଗ୍ନିସମ ବିଭାଗ କୁ ଜଣାଇ କୂଅରୁ ଉକ୍ତ ବ୍ୟକ୍ତି କୁ ଉଦ୍ଧାର କରି ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ। 

ଉକ୍ତ ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରି ଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ପଦ୍ମପୁର ଥାନା ଅଂଚଳର ପୁରେନା ଗ୍ରାମ ର ତୁଳସିରାମ ବରିହା ବୋଲି ଚିହ୍ନଟ ଯାଇଥିବା ବେଳେ ଗତ ୩ ଦିନ ହେଲା ତାଙ୍କ ନାମରେ ପଦ୍ମପୁର ଥାନା ନିଖୋଜ ଥିବା ଏତଲା ଦିଆ ଯାଇଥିଲା ବୋଲି ପ୍ରାଥମିକ ସୂଚନା ରୁ ଜଣା ଯାଇଛି...

ତେବେ ପୋଲିସ ଦୁଇଜଣ ବ୍ୟକ୍ତି ଙ୍କୁ ଅଟକ ରଖି ଯାଞ୍ଚ କରୁଛି,  ତେବେ ଏହି ଘଟଣା ହତ୍ୟା ଉଦ୍ୟମ ସହ ଜଡ଼ିତ ଥିବା ସନ୍ଦେହ କରାଯାଉଥିବା ବେଳେ, ପୋଲିସ ଅଭିଯୋଗର ସମସ୍ତ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି। 

ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଓ ଦୋଷୀମାନଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ ବୋଲି ଆଶା କରାଯାଉଛି। ବରଗଡ଼ ଜିଲ୍ଲା ରେ ପୋଲିସ ର ପେଟ୍ରୋଲିଙ୍ଗ ବ୍ଯବସ୍ତା ହେଉନଥିବା ଯୋଗୁଁ ରାତ୍ର ସମୟରେ ଅନ୍ଧାର ର ସୁଯୋଗ ନେଇ ବେଆଇନ କାର୍ଯ୍ୟ କଳାପ ବଢ଼ିବାରେ ଲାଗିଛି। 

ପୋଲିସ ଏଭଲି ଘଟଣା କୁ ଗୁରୁତ୍ୱ ସହ ବିଚାର କରି ଉଚିତ ତଦନ୍ତ କରି ତତ୍ପରତା ପ୍ରକାଶ କରୁ । ଉକ୍ତ ଘଟଣା ଲୋକଙ୍କ ଭାବାବେଗ ସହ ଜଡ଼ିତ ଥିବାରୁ ସ୍ଥାନୀୟ ପୋଲିସ ଓ ପ୍ରଶାସନ ପ୍ରକୃତ ତଥ୍ୟ ସାମ୍ନାକୁ ଆଣିବା ପାଇଁ ଜିଲ୍ଲାବାସୀ ଦାବି କରୁଛନ୍ତି। 

ଉକ୍ତ ଘଟଣାରେ ଅଟକ ରଖାଯାଇଥିବା ଦୁଇଜଣ ଙ୍କୁ ନେଇ ବିଜେପୁର ପୋଲିସ ସିନ୍ ରିକ୍ରିଏସନ କରି ତଦନ୍ତ କରୁଛି। ଉକ୍ତ ବ୍ୟକ୍ତି ଙ୍କ ମୁହଁ, ଗୋଡ଼ ,ଛାତି ରେ ଆଘାତ ଲାଗିଥିବା ଓ ଅଣନିଶ୍ୱାସୀ ହୋଇ ରହିଯାଇଥିବା ରୁ ଚିକିତ୍ସା ଅବ୍ୟାହତ ରହିଛି।



Edited by k.s thakur...

Post a Comment

Previous Post Next Post