ନିର୍ବାଚନ ସଚେତନତା ଓ ଗଣମାଧ୍ୟମ ସମନ୍ୱୟ : ନୂଆଦିଲ୍ଲୀରେ ପ୍ରଶିକ୍ଷଣ ନେଲେ ବରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ...

ନିର୍ବାଚନ ସଚେତନତା ଓ ଗଣମାଧ୍ୟମ ସମନ୍ୱୟ : ନୂଆଦିଲ୍ଲୀରେ ପ୍ରଶିକ୍ଷଣ ନେଲେ ବରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ...


ବରଗଡ଼/ଭୁବନେଶ୍ୱର,୧୨/୦୬(ବିଜୟ କୁମାର ସାହୁ): ଭାରତ ନିର୍ବାଚନ ଆୟୋଗ (ECI)ଙ୍କ ଦ୍ୱାରା ନୂଆଦିଲ୍ଲୀସ୍ଥିତ ‘ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ ଇଲେକସନ ମ୍ୟାନେଜମେଣ୍ଟ’ (IIIDEM) ପରିସରରେ ଗଣମାଧ୍ୟମ ଏବଂ ଯୋଗାଯୋଗ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। 

Ad..



ଆଗାମୀ ନିର୍ବାଚନ ପରିଚାଳନା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ବରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (DIPRO) ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା ଅଂଶଗ୍ରହଣ କରିଛନ୍ତି।

ଓଡ଼ିଶାର ଡେପୁଟି ସିଇଓ ତଥା ମିଡ଼ିଆ ନୋଡାଲ ଅଫିସର ଡ଼. ଲକ୍ଷ୍ମୀ ପ୍ରସାଦ ସାହୁଙ୍କ ନେତୃତ୍ୱରେ ଯାଇଥିବା ରାଜ୍ୟର ୧୪ ଜଣିଆ ପ୍ରତିନିଧି ଦଳରେ ଶ୍ରୀ କଶଲା ସାମିଲ ରହିଥିଲେ। 

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଜ୍ଞାନେଶ କୁମାର ଗୁରୁତ୍ୱାରୋପ କରି କହିଥିଲେ ଯେ, ଭୋଟର ତାଲିକାରୁ ଅନୁପସ୍ଥିତ, ସ୍ଥାନାନ୍ତରିତ, ମୃତ, ନକଲି ଏବଂ ବିଦେଶୀ ନାଗରିକଙ୍କ ନାମ ବାଦ ଦେଇ ଏକ ସ୍ୱଚ୍ଛ ତାଲିକା ପ୍ରସ୍ତୁତ କରିବା ସମସ୍ତ ଅଧିକାରୀଙ୍କ ପ୍ରାଥମିକତା ହେବା ଉଚିତ।

ଏହି ସମ୍ମିଳନୀ ସମ୍ପର୍କରେ ପ୍ରତିକ୍ରିୟା ରଖି ବରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  କହିଛନ୍ତି, “ନିର୍ବାଚନ ପ୍ରକ୍ରିୟାରେ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ଆଗାମୀ ଦିନରେ ଜିଲ୍ଲାରେ ଭୋଟର ସଚେତନତା ସୃଷ୍ଟି କରିବା ଏବଂ ସୋସିଆଲ ମିଡ଼ିଆରେ ପ୍ରସାରିତ ହେଉଥିବା ଭ୍ରମାତ୍ମକ ତଥ୍ୟକୁ ରୋକିବା ଦିଗରେ ଏହି ପ୍ରଶିକ୍ଷଣ ବେଶ୍ ସହାୟକ ହେବ। ସଠିକ୍ ଓ ସ୍ୱଚ୍ଛ ତଥ୍ୟ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ତତ୍ପର ରହିବ।”

ଏହି ସମ୍ମିଳନୀରେ ନିର୍ବାଚନ କମିଶନର ଡା. ବିବେକ ଯୋଶୀ, ଶ୍ରୀ ସୁଖବୀର ସିଂ ସାନ୍ଧୁ ପ୍ରମୁଖ ଉପସ୍ଥିତ ରହି ନିର୍ବାଚନ ସମୟରେ ଗଣମାଧ୍ୟମ ସହ ସମନ୍ୱୟ ରକ୍ଷା କରିବା ନେଇ ବିଭିନ୍ନ ରଣନୀତି ଉପରେ ଆଲୋକପାତ କରିଥିଲେ। 

ମିଥ୍ୟା ଖବରର ମୁକାବିଲା କରିବା ଏବଂ ସୂଚନା ପ୍ରଦାନରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଅଧିକାରୀମାନଙ୍କୁ ବିଶେଷ ଭାବେ ପ୍ରଶିକ୍ଷିତ କରାଯାଇଛି।



Edited by k.s thakur...

Post a Comment

Previous Post Next Post