Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ବିଡ଼ିଓଙ୍କୁ ଗାଁସାଥୀ ସଂଘର ଦାବିପତ୍ର ପ୍ରଦାନ ; ତୁରନ୍ତ ସମାଧାନ ନହେଲେ ବ୍ଲକ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ...

ବିଡ଼ିଓଙ୍କୁ ଗାଁସାଥୀ ସଂଘର ଦାବିପତ୍ର ପ୍ରଦାନ ; ତୁରନ୍ତ ସମାଧାନ ନହେଲେ ବ୍ଲକ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ... ମୁରିବାହାଲ,୧୦/୦୬(ଶଙ୍କର ମାଝୀ ): ବଲାଙ୍ଗୀର ଜ...

ବିଡ଼ିଓଙ୍କୁ ଗାଁସାଥୀ ସଂଘର ଦାବିପତ୍ର ପ୍ରଦାନ ; ତୁରନ୍ତ ସମାଧାନ ନହେଲେ ବ୍ଲକ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ...



ମୁରିବାହାଲ,୧୦/୦୬(ଶଙ୍କର ମାଝୀ ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ  ଗାଁସାଥୀ (ମେଟ) ସଂଘ ସଭାପତି ଶ୍ରୀଯୁକ୍ତ ଗିରିଧାରୀ ସାହୁଙ୍କ ନେତୃତ୍ୱରେ ମଙ୍ଗଳବାର  ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ବାସନ୍ତି ସେଠିଙ୍କୁ  ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

       Ad..


୨୦୦୮ ମସିହାରୁ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନିୟ ଜଳ ବିଭାଗର ମନରେଗା ଯୋଜନାରେ ଗାଁସାଥୀ ମାନେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ନିୟୋଜିତ ହୋଇ ସୁଚାରୁ ରୂପେ କାର୍ଯ୍ୟ ତୁଲାଇ ଆସୁଛନ୍ତି।  

ମୁରିବାହାଲ ବ୍ଳକର ଶତାଧିକ ଗାଁସାଥୀ  ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷର ପାଉଣା ପାଇବାରୁ ବଞ୍ଚିତ ଥିବା ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନିୟ ଜଳ ବିଭାଗର ପତ୍ର ସଂଖ୍ୟା ୧୩୭୫ ତା.୧୩/୦୧/୨୦୨୬ ରିଖ ଅନୁସାରେ ଅର୍ଦ୍ଧ କୁଶଳୀ ଶ୍ରମିକ ମାନଙ୍କୁ ପ୍ରଥମେ ପ୍ରାଧାନ୍ୟ ଦେଇ ପାରିଶ୍ରମିକ ପ୍ରଦାନ କରିବା ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ରହିଛି।

ହେଲେ ସରକାରଙ୍କ ନିର୍ଦ୍ଦେଶ କୁ ମାନୁ ନାହାନ୍ତି ଦାୟିତ୍ଵରେ ଥିବା ବିଭାଗିୟ ଅଧିକାରୀ।  ଜୁଲାଇ  ପହିଲାରୁ ମନରେଗା  ଯୋଜନାର ନାମ ପରିବର୍ତ୍ତନ ହୋଇ ବିଭି-ଜୀ ରାମ-ଜୀ ନାମରେ ନୂଆ ରୂପ ରେଖରେ କାର୍ଯ୍ୟକାରି ହେବାକୁ ଯାଉଛି।

ତେଣୁ ଚଳିତ ଜୁନ୍ ମାସ ଶେଷ ସପ୍ତାହ ମଧ୍ୟରେ  ବକେୟା  ଥିବା ସମସ୍ତ ଗାଁସାଥିଙ୍କ ପାଉଣା ପ୍ରଦାନ କରାନଗଲେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବା ପାଇଁ ସଂଘ ଚେତାବନୀ ଦେଇଛି। 

ଦାବିପତ୍ର ଗ୍ରହଣ କରି ବିଡ଼ିଓ ଶ୍ରୀମତୀ ସେଠି ଏହି ସମସ୍ୟାର ତୁରନ୍ତ ସମାଧାନ କରାଯିବା ପାଇଁ ଗାଁସାଥିଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଦାବି ପତ୍ର ଦେବା ସମୟରେ ବିଷ୍ଣୁ ପ୍ରସାଦ ସାହୁ, ନିଳାଦ୍ରୀ ଭୂଷଣ ମିଶ୍ର, କ୍ଷୀରସିନ୍ଧୁ ମହାକୁର...

କଶ୍ୟପ ସରାଫ,ଟକମେନ ଖର୍ସେଲ,ହାରାବତୀ ମେହେର,ଦେବରାଜ ଲୁହା,ଉଦ୍ଧବ ଛୁରା,ମହେନ୍ଦ୍ର ସାହୁ, ଜୟଲାଲ ଆଡଜୁଆଡ,ଜଗତ ବେହେରା, ମହେନ୍ଦ୍ର ସାହୁ,ଚନ୍ଦ୍ରଧ୍ଵଜ ବାଗ, ମହେନ୍ଦ୍ର ରଣା,ଉମା ସାହୁଙ୍କ ସମେତ ଶତାଧିକ ଗାଁସାଥୀ  ଉପସ୍ଥିତ ଥିଲେ।



Edited by k.s thakur...

No comments