ଭେଡେନ ବ୍ଲକ ବରିଷ୍ଠ ନାଗରିକ ସଂଘ ପୁନର୍ଗଠନ ; ନୂତନ ସଦସ୍ୟ ମାନଙ୍କୁ ଜିଲ୍ଲା ସଂଘର ଦିଗଦର୍ଶନ...
ବରଗଡ଼/ଭେଡେନ,୦୯/୦୬(ବିଜୟ କୁମାର ସାହୁ) : ଆଜି ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସହରାଟିକ୍ରା ସ୍ଥିତ ବିଜୁ କୃଷକ ଭବନ ସମ୍ମିଳନୀ କକ୍ଷରେ ଶ୍ରୀ ପର୍ଶୁରାମ ପାତ୍ରଙ୍କ ଆବାହକତ୍ୱରେ ତଥା ଶ୍ରୀ ଗୋବିନ୍ଦ ଶତପଥୀ ଙ୍କ ସଭାପତିତ୍ବରେ ନୂତନ ସଦସ୍ୟତା ଗ୍ରହଣ ଓ କର୍ମକର୍ତ୍ତା ପୁନର୍ଗଠନ କରା ଯାଇଥିଲା।
Ad..
ଏଥିରେ ବରଗଡ଼ ଜିଲ୍ଲା ସଭାପତି କେଦାର ମିଶ୍ର ସଭାପତିତ୍ବ କରିଥିଲେ। ଉପସଭାପତି ନିର୍ମଳ କିଶୋର କର, ସଂପାଦକ ଗୋବିନ୍ଦ ଦାଶ, ସର୍ଦାର ପ୍ରିତମ ସିଂହ, ନାରାୟଣ ନାଏକ ଆଦି ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକ ର କର୍ତ୍ତବ୍ୟ ଓ ବରିଷ୍ଠ ନାଗରିକ ସଦସ୍ୟତା ରେ କି କି ଉପକାର ମିଳିଥାଏ ସେ ସମ୍ପର୍କରେ ଉପସ୍ଥିତ ନୂତନ ବରିଷ୍ଠ ନାଗରିକ ମାନଙ୍କୁ ବୁଝେଇଥିଲେ ।
ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବରଗଡ ରୁ ପ୍ରଶନ୍ନ ପ୍ରଧାନ, ପଞ୍ଚାନନ ପଣ୍ଡା, ଅଚ୍ୟୁତାନନ୍ଦ ବାରିକ,ଦେବୀ ପଟ୍ଟନାୟକ ଓ ତୁଳସୀ ଚରଣ ଦାଶ ଯୋଗ ଦେଇଥିବା ବେଳେ ଭେଡେନ ବ୍ଲକ ବରିଷ୍ଠ ନାଗରିକ ସଂଘରୁ ମାନଭଞ୍ଜନ ପଧାନ, ଗୋପିନାଥ ଚାନ୍ଦ, ବନ୍ଦକର ସାହୁ, ପ୍ରେମାନନ୍ଦ ଭୋଇ,ପ୍ରଶନ୍ନ କର୍ମି...
ପ୍ରଶାନ୍ତ ପଣ୍ଡା, ନିରଞ୍ଜନ ପ୍ରଧାନ, ନରେନ୍ଦ୍ର ମହାକୁଡ଼, ଉମାକାନ୍ତ ଭୋଇ, ପ୍ରମୋଦ ଦାଶ, ପ୍ରଶାନ୍ତ କୁମାର ହୋତା, ଗୁରୁକୃଷ୍ଣ ଦାଶ, ଉତ୍ତମ ହୋତା, ଖଗେଶ୍ବର ପ୍ରଧାନ, ବଳରାମ ସାହୁ, ଗୁରୁଦେବ ତ୍ରିପାଠୀ,କେଶବ ପ୍ରଧାନ, କୈଳାସ ବଘାର, ରକ୍ଷପାଳ ପଧାନ, ତାରା ଚାନ୍ଦ ଭୋଇ, ଅମରକୋଷ ପଧାନ, ମହାଦେବ ଥପା, ଉପେନ୍ଦ୍ର ବଘାର ଆଦି ଯୋଗଦେଇଥିଲେ।
ନୂତନ ପରିଚାଳନା କମିଟି ର ପ୍ରମୁଖ ପଦବୀରେ ରେ ନବ ନିର୍ବାଚିତ ସଦସ୍ୟ ହିସାବରେ ଉପଦେଷ୍ଟା ରୂପେ ଶ୍ରୀ ଗୋପିନାଥ ଛନ୍ଦ, ଶ୍ରୀ ତାରା ଚାନ୍ଦ ଭୋଇ, ଶ୍ରୀ ପର୍ଶୁରାମ ପାତ୍ର, ଶ୍ରୀ ଗୁରୁଦେବ ତ୍ରିପାଠୀ ସର୍ବସମ୍ବତି କ୍ରମେ ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରିଣୀ ର ନୂତନ
ସଭାପତି ରୂପେ ଶ୍ରୀ ଗୋବିନ୍ଦ ଶତପଥୀ, ଉପସଭାପତି ରୂପେ ଉମାକାନ୍ତ ଭୋଇ, ସଂପାଦକ ମାନଭଞ୍ଜନ ପଧାନ, କୋଷାଧ୍ୟକ୍ଷ ରୂପେ ଖଗେଶ୍ବର ପ୍ରଧାନଙ୍କୁ ମନୋନୀତ କରି ଦାୟିତ୍ବ ଅର୍ପଣ କରାଯାଇଥିଲା.ପରେ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯିବ ବୋଲି ଉପଦେଷ୍ଟା ମଣ୍ଡଳୀ ପ୍ରକାଶ କରିଥିଲେ।ଶେଷରେ ଉପଦେଷ୍ଟା ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Edited by k.s thakur...


