ପୂର୍ବ ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଫାଇଲ ଚୋରି ଘଟଣା ; ଅଭିଯୋଗ ଆସିଲେ ହେବ ତଦନ୍ତ : ମୁଖ୍ୟମନ୍ତ୍ରୀ...
ଭୁବନେଶ୍ଵର,୦୮/୦୬(ନି.ପ୍ର) : ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସମୟରେ ତାଙ୍କ ଦପ୍ତରରୁ ୨ଟି ତଦନ୍ତ କମିଶନ ରିପୋର୍ଟ ଗାଏବ ହୋଇଥିବା ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିବା ପରେ ଏହାକୁ ନେଇ ତନାଘନା ଆରମ୍ଭ ହୋଇଛି।
Ad..
ଏ ନେଇ ପତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଯଦି ସେମିତି କୌଣସି ରିପୋର୍ଟ ଚୋରି ଅଭିଯୋଗ ଆସେ ତାହେଲେ ସରକାର ତଦନ୍ତ କରିବେ। କେଉଁ ବିଧାୟକ କେଉଁ କଥା କହୁଛନ୍ତି, ସତ୍ୟତା ଅଛି ନା ନାହିଁ ଅନୁଧ୍ୟାନ ହେବ।
Edited by k.s thakur...


