ବଦଳିବ ରାଜ୍ୟର ବିଭିନ୍ନ ସ୍ଥାନର ଅପଭ୍ରଂଶ ନାଁ ଇଂରାଜୀ ବନାନ...

ବଦଳିବ ରାଜ୍ୟର ବିଭିନ୍ନ ସ୍ଥାନର ଅପଭ୍ରଂଶ ନାଁ ଇଂରାଜୀ ବନାନ...


ଭୁବନେଶ୍ଵର,୦୫/୦୬(ନି.ପ୍ର): ରାଜ୍ୟର ବିଭିନ୍ନ ସ୍ଥାନର ଅପଭ୍ରଂଶ ନାଁ ଇଂରାଜୀ ବନାନ ବଦଳିବ । ଓଡ଼ିଶାର ଭାଷାଗତ ଏବଂ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ଆଜି ଅନେକ ଜିଲ୍ଲା, ଉପଖଣ୍ଡ, ବ୍ଲକ ଏବଂ ସହରାଞ୍ଚଳ...

Ad..



କେନ୍ଦ୍ରଗୁଡ଼ିକର ଇଂରାଜୀ କିମ୍ବା ବିକୃତ ଇଂରାଜୀ ବନାନକୁ ସଂଶୋଧନ କରି ମୂଳ ଓଡ଼ିଆ ନାମକୁ ପୁନରୁଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।ପଦ୍ମଭୂଷଣ ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୁପାରିସ୍‌ ହୋଇଛି। 

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଜାରି ଏକ ସରକାରୀ ସୂଚନା ଅନୁଯାୟୀ, ମୂଳ ଓଡ଼ିଆ ସ୍ଥାନ ନାମ ପୁନରୁଦ୍ଧାର ପାଇଁ ପ୍ରସ୍ତାବଗୁଡ଼ିକର ଯାଞ୍ଚ ପାଇଁ ଗଠିତ କମିଟିର ଦ୍ୱିତୀୟ ବୈଠକରେ ସୁପାରିଶଗୁଡ଼ିକୁ ଚୂଡ଼ାନ୍ତ କରାଯାଇଥିଲା। ଏ ନେଇ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଚିଠି କଲା ରାଜସ୍ୱ ବିଭାଗ।



Edited by k.s thakur...

Post a Comment

Previous Post Next Post