Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ବରଗଡ଼ ରାଜନୈତିକ ଟଣାଓଟରାରେ ଅଟକୁଛି ବରଗଡ଼ ମୁଖ୍ୟ କେନାଲ କାମ, ଜୁଲାଇ ୧ରୁ ପାଣି ଛଡ଼ାଗଲେ ବଢ଼ିବ ସଙ୍କଟ...

ବରଗଡ଼ ରାଜନୈତିକ ଟଣାଓଟରାରେ ଅଟକୁଛି ବରଗଡ଼ ମୁଖ୍ୟ କେନାଲ କାମ, ଜୁଲାଇ ୧ରୁ ପାଣି ଛଡ଼ାଗଲେ ବଢ଼ିବ ସଙ୍କଟ... ବରଗଡ଼,୦୫/୦୬(ବିଜୟ କୁମାର ସାହୁ) : ବରଗଡ଼ ସହରର ଉନ୍ନତ...

ବରଗଡ଼ ରାଜନୈତିକ ଟଣାଓଟରାରେ ଅଟକୁଛି ବରଗଡ଼ ମୁଖ୍ୟ କେନାଲ କାମ, ଜୁଲାଇ ୧ରୁ ପାଣି ଛଡ଼ାଗଲେ ବଢ଼ିବ ସଙ୍କଟ...


ବରଗଡ଼,୦୫/୦୬(ବିଜୟ କୁମାର ସାହୁ) : ବରଗଡ଼ ସହରର ଉନ୍ନତିକରଣ କାର୍ଯ୍ୟକୁ ନେଇ ଶାସକ-ବିରୋଧୀ ମଧ୍ୟରେ ଚାଲିଥିବା ରାଜନୈତିକ ଟଣାଓଟରାରେ ଏବେ ବଳି ପଡ଼ୁଛି ବରଗଡ଼ ମୁଖ୍ୟ କେନାଲର କାମ। ହାତରେ ସମୟ କମ୍, କିନ୍ତୁ ବିବାଦ ବଢ଼ିଚାଲିଛି।

     Ad..


ବଢ଼ୁଛି ଚିନ୍ତାବରଗଡ଼ ମୁଖ୍ୟ କେନାଲରେ ଏବେ ହୀରାକୁଦ ଜଳଭଣ୍ଡାରର ପାଣି ବନ୍ଦ ରହିଛି। ଆସନ୍ତା ଜୁଲାଇ ୧ ତାରିଖରୁ ପୁଣି ପାଣି ଛଡ଼ାଯିବ।ଅର୍ଥାତ ବକ୍ସ କଣ୍ଡୁଇଟ୍ ଓ ସୈାନ୍ଦର୍ଯ୍ୟକରଣ କାମ ସାରିବା ପାଇଁ ବାକି ଅଛି ମାତ୍ର ୨୬ ଦିନ।

ଯଦି ଏହି ସମୟ ଭିତରେ କାମ ସରିଲା ନାହିଁ, ତେବେ ପାଣି ଛଡ଼ାଗଲା ପରେ ଆଉ କାମ ହୋଇପାରିବ ନାହିଁ। ଆସନ୍ତା ରବି ଋତୁ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।ଶାସକ ଦଳର ଦାବି ହେଉଛି ଯେ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀଙ୍କ ଉଦ୍ୟମରେ ବରଗଡ଼ ସହରର ରୂପରେଖ ବଦଳୁଛି। କେନାଲ ସୈାନ୍ଦର୍ଯ୍ୟକରଣ ହେଲେ ପର୍ଯ୍ୟଟନ ବଢ଼ିବ, ସହରର ମାନ ବଢ଼ିବ।

 ବିରୋଧୀଙ୍କ ପ୍ରଶ୍ନ ଯେ କାମରେ ଅନିୟମିତତା, ଠିକାଦାରଙ୍କ ଯୋଗ୍ୟତା ଓ ଗୁଣବତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଉଛନ୍ତି। ତରବରିଆ କାମ କଲେ ଧନୁଯାତ୍ରା ତୋରଣ ଭଳି ଦୁର୍ଘଟଣା ହେବ ବୋଲି ଚେତାବନୀ। 

ଅସଲ ପ୍ରଶ୍ନ କାମ ସରିଲେ ଖ୍ୟାତି କାହାର ହେବ? ଏହି “ଖ୍ୟାତି ରାଜନୀତି” ଯୋଗୁଁ ହିଁ କାମରେ ବାଧା ସୃଷ୍ଟି ହେଉଛି।ସବୁଠୁ ବଡ଼ କ୍ଷତି କାହାର? ତାହା ଆଲୋଚନା ର ବିଷୟ ହୋଇଛି 

ରାଜନୈତିକ ପଶାଖେଳରେ ଯଦି କେନାଲ କାମ ଅଧା ରହିଗଲା ବା ନିମ୍ନମାନର ହେଲା, ତେବେ ସିଧା କ୍ଷତି ହେବ *ଚାଷୀଙ୍କର*।ବକ୍ସ କଣ୍ଡୁଇଟ୍ ଦୁର୍ବଳ ହେଲେ ପାଣି ଲିକ୍ ହେବ, ଶେଷ ମୁଣ୍ଡକୁ ପାଣି ପହଞ୍ଚିବ ନାହିଁ,ଖରିଫ ଫସଲ ବିପଦରେ ଜୁଲାଇ-ଅଗଷ୍ଟରେ ଧାନ ରୁଆ ସମୟ। 

କେନାଲରେ ସମସ୍ୟା ହେଲେ ହଜାର ହଜାର ଏକର ଜମି ପଡ଼ିଆ ପଡ଼ିବ ଦୀର୍ଘମିଆଦୀ କ୍ଷତି ହେବ ଥରେ କେନାଲ ନଷ୍ଟ ହେଲେ ମରାମତି ପାଇଁ ପୁଣି କୋଟି କୋଟି ଟଙ୍କା ଖର୍ଚ୍ଚ ହେବ “ପ୍ରଥମେ କାମ, ପରେ ରାଜନୀତି”।

“ରାଜନୈତିକ ପଶାଖେଳରେ କେନାଲର ବଡ଼ କ୍ଷତି ନ ହେଉ। ଖ୍ୟାତି ଯାହାର ହେଉ, କିନ୍ତୁ ଚାଷୀଙ୍କ ସର୍ବନାଶ ନ ହେଉ” - ଏହା ଏବେ ବରଗଡ଼ର ପ୍ରତିଟି ଗାଁରୁ ସହର ପର୍ଯ୍ୟନ୍ତ ଚର୍ଚା।ଚାଷୀ ଓ ବୁଦ୍ଧିଜୀବୀମାନେ ଦାବି କରୁଛନ୍ତି - ଶାସକ-ବିରୋଧୀ ଏକାଠି ବସି ଜୁନ ୩୦ସୁଦ୍ଧା କାମ ସାରିବାକୁ ରୋଡମ୍ୟାପ ପ୍ରସ୍ତୁତ କରନ୍ତୁ। 

ବିବାଦ ପରେ ହେବ, ପ୍ରଥମେ କେନାଲ ବଞ୍ଚାଅ। ସମଗ୍ର ଜିଲ୍ଲା ର କେନାଲ୍ ଅଂଚଳ ଓ ବରଗଡ଼ ସହରର ଜନସାଧାରଣ ଏବେ ନାନା ଆଶ ଆଶଙ୍କା ଓ ଭୟରେ ଅଛନ୍ତି।



Edited by k.s thakur...

No comments